ଅପ୍ରେଲ ୩୦ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 30, 2020 IST

ମେଷ – ଚିନ୍ତାଗ୍ରସ୍ତ ଏବଂ ପରଧନରେ ଧନୀ ହୋଇପାରନ୍ତି । ପରୋପକାରୀ ହେବେ । ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି । ଯୁବକମାନେ ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ବୃଷ – ଚଲାପଥ କୁସିମିତ ହେବ । କାର୍ଯ୍ୟରେ ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ । ତରବର ନ ହୋଇ ଟିକେ ଅପେକ୍ଷା କଲେ ସଫଳ ପାଇବେ । ଧାର୍ମିକ ହେବେ । ହାସ୍ୟଯୁକ୍ତ ଓ କ୍ରିୟାଶୀଳ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମିଥୁନ – ଆୟ ମାତ୍ରା ବୃଦ୍ଧି ପାଇବ । ବହୁ ସୁଖର ଅଧିକାରୀ ଓ ଧନବାନ୍ ହେବେ । ଶାରିରୀକ ଶକ୍ତି ବୃଦ୍ଧି ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ଏବଂ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

କର୍କଟ – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାର ସକ୍ଷମ ହେବେ, ମାତ୍ର ଏଥିପାଇଁ ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଆଶା ପୂରଣ ହେବ । ଜନାଦୃତ ହେବେ । ଧନ-ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ସିଂହ – କର୍ମକ୍ଷେତ୍ରରେ ସଫଳତା ମିଳିବ । ପ୍ରସନ୍ନତା ଲାଭ କରିବେ । ଜନସାଧାରଣଙ୍କ ସ୍ନେହ-ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ସମ୍ମାନିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

କନ୍ୟା – କର୍ମ ଅନୁସାରେ ଫଳପ୍ରାପ୍ତ ଏବଂ ଶ୍ରମ ସାର୍ଥକ ହେବ । ଘାତଚନ୍ଦ୍ର ଥାଇ ବି ସରକାରୀ କୃପା ଲାଭ କରି ପାରନ୍ତି । ବହୁ ବିଧ ଧନ ତଥା ସନ୍ତୋଷ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ତୁଳା – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସୌଜନ୍ୟତାର ପରିପ୍ରକାଶ ଘଟିବ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବିଛା – କାର୍ଯ୍ୟକରି ଥକି ପଡିଥିବା ବେଳେ ଆଶ୍ୱସ୍ତି ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ଧନୁ – ସୁଖ-ସମ୍ମାନ ଲାଭ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୌଭାଗ୍ୟ ଉଦୟ ହୋଇଛି, ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବ । ଶତ୍ରୁଘାତୀ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମକର – କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କିଛି ସମୟ ପାଇଁ ଆତ୍ମଗୋପନ କରିପାରନ୍ତି । ସର୍ବ ସୁଖ ମିଳିପାରେ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ନିର୍ଭୀକ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

କୁମ୍ଭ – କାର୍ଯ୍ୟକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କିଛି ସମୟ ପାଇଁ ଆତ୍ମଗୋପନ କରିପାରନ୍ତି । ସର୍ବ ସୁଖ ମିଳିପାରେ । ବିଦ୍ୟାବାନ୍ ହୋଇପାରନ୍ତି । ଯଶସ୍ୱୀ ଓ ବିଳାସୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମୀନ – ଚିନ୍ତାଗ୍ରସ୍ତ ହୋଇପାରନ୍ତି । କୃଷିକ୍ଷେତ୍ରରୁ ଆୟ ଆସିପାରେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । ସୁଖଭୋଗ କରିବା କଷ୍ଟକର ବ୍ୟାପାର । ପ୍ରଚୁର ଧନ ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.