ଅପ୍ରେଲ ୨୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 28, 2020 IST

ମେଷ – ଆଶାବାଦୀ, ଭାଗ୍ୟଶାଳୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ଓ ବିଦ୍ୟାପ୍ରେମୀ ହେବେ । ବିକଶିତ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ମିତ୍ର ସୁଖ ମିଳିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବୃଷ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଶରୀର ସୁସ୍ଥ ରହିବ । ମୋକଦ୍ଦମାରେ ବିଜୟୀ ଓ ଧନ ପ୍ରାପ୍ତିର ସୁଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମିଥୁନ – ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଗତିରୋଧର ସମ୍ମୁଖୀନ ହେବାର ସୂଚନା ମିଳୁଛି । ଥଣ୍ଡା-କଫରେ ପୀଡିତ ହୋଇପାରନ୍ତି । ଚଳମନା ହେବେ । ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

କର୍କଟ – ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଯଶସ୍ୱୀ ଓ ସରକାରୀ ସ୍ତରରେ ସମ୍ମାନିତ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଗୃହ ସୁଖ ସହିତ ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ସିଂହ – କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କନ୍ୟା – ଭାଗ୍ୟଶାଳୀ ଓ ଶୀଳ୍ପୋଦ୍ୟୋଗୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ବିଦ୍ୱାନ୍‌, ସାହସୀ ଓ ସମ୍ପିବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ତୁଳା – ତରବର ନ ହୋଇ କିଛି ସମୟ ଅପେକ୍ଷା କଲେ କିଛିଟା ସୁଫଳ ପାଇପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ବିଛା – ବନ୍ଧୁ ସହ-ଯୋଗୀ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ଧନୁ – ପରାମର୍ଶ ନେଇ କାର୍ଯ୍ୟ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଶରୀର ସୁସ୍ଥ ରହିବ । ଚାକିରିକ୍ଷେତ୍ରରେ ଉଚ୍ଚ ର୍କୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମକର – ପରଚର୍ଚ୍ଚାରୁ ବିରତ ହେବେ । ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ପାଇଁ କାଳ ହୋଇଯିବ । ବ୍ୟବସାୟରୁ ଧନ ଲାଭ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କୁମ୍ଭ – ଉଦାର ପ୍ରକୃତିର ଓ ବୁଦ୍ଧିମାନ୍ ହେବେ । ଦାନ-ଧର୍ମରେ ଦୀକ୍ଷିତ ଓ ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷି ଓ କୃଷକମାନଙ୍କ ସମସ୍ୟା ଉପରେ ଧ୍ୟାନ ଦେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମୀନ – ମନ ପ୍ରସନ୍ନ ରହିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.