୫ ନଭେମ୍ବର, ସୋମବାର

Published By : Prameya-News7 Bureau | November 05, 2018 IST

ମେଷ – ଦକ୍ଷତାର ପ୍ରତିପାଦନ କରିବେ । କ୍ରୋଧ ବୃଦ୍ଧି ହୋଇପାରେ । ପାରିବାରିକ ସୁଖ ମିଳିବ । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବୃଷ – ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁ ବିନାଶ କରିବାର ସକ୍ଷମ ହେବେ । ବୁଦ୍ଧିମାନ ହେବେ । କାର୍ଯ୍ୟ ସମ୍ପାଦନ କରି ଗର୍ବିତ ହୋଇପାରନ୍ତି । ମିଥୁନ - ଶତ୍ରୁ ବୃଦ୍ଧି ଘଟିପାରେ । ବହୁ ସୁଫଳର ଅଧିକାରୀ ହେବେ । ଉନ୍ନତି ମାର୍ଗରେ ଆଗକୁ ବଢିବେ । କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । କର୍କଟ- ବହୁ ପରିଶ୍ରମରେ କାର୍ଯ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ସିଂହ – ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ । ଆଶାବାଦୀ ହେବେ । ଗୋପନୀୟ କାର୍ଯ୍ୟରେ ତତ୍ପର ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । କନ୍ୟା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ବନ୍ଧୁ ବା ସରକାରୀ ସହାୟତା ପାଇ ଲାଭବାନ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ତୁଳା – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମତତ୍ପରତା ବୃଦ୍ଧି ପାଇବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ । ଥଣ୍ଡା କଫ ଜନିତ ପୀଡା ଭୋଗୀ ପାରନ୍ତି । ବିଛା – ସୁଖ ସମ୍ମାନ ଲାଭ କରିପାରନ୍ତି । ପରୋପକାରୀ ହେବେ । ନୂତନ ଯୋଜନା ପ୍ରସ୍ତୁତ କରିବେ । ଭୋଗ ବିଳାସରେ ଦିନ ବିତାଇ ପାରନ୍ତି । ଧନୁ – ଆଗକୁ ବଢନ୍ତୁ, ଫଳ ଶୁଭଦାୟକ ହେବ । କର୍ମଚଞ୍ଚଳ ରହିବେ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶାନ୍ତି, ସନ୍ତୋଷ ମିଳିବ । ମକର – ବନ୍ଧୁ ବର୍ଗରେ ଅପ୍ରିୟ ହୋଇପାରନ୍ତି । ସେବା ପୂଜା ଉପରେ ଧ୍ୟାନ ଦେବେ । ଭୋଗାସକ୍ତ ହେବେ । ଧଣ ଲାଭକାରୀ ହୋଇପାରନ୍ତି । କୁମ୍ଭ - ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜିପାରେ । କୀର୍ତ୍ତିମାନ ହୋଇପାରନ୍ତି । ସତ୍ ପଥର ପଥିକ ହେବେ । ମୀନ - ଅନ୍ୟର ବଶବର୍ତ୍ତୀ ହେବେ । ବନ୍ଧୁ ସୁଖ ପାଇବେ । ସତ୍ କର୍ମରେ ବ୍ୟୟ କରିବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଆୟ ବୃଦ୍ଧିର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.