ଅପ୍ରେଲ ୨୪ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 24, 2020 IST

ମେଷ – ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ବିବ୍ରତ ହୋଇପାରନ୍ତି । ଥଣ୍ଡା, କଫ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । ଚଳମନା ହେବେ । ମଧୁରଭାଷାରେ ପରକୁ ଆପଣାର କରିପାରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ବୃଷ – ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବାରେ ଅସୁବିଧା ହେବ । ବିଭାଗୀୟ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଗୁପ୍ତ ବିଦ୍ୟା ପ୍ରତି ରୁଚି ଆସିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମିଥୁନ – ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢି ଚାଲିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ପରିବାର ପ୍ରତି ଚିନ୍ତିତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କର୍କଟ – ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ବିତିପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ସିଂହ – ଧନକ୍ଷୟ ହେବାର ସମ୍ଭାବନା ଅଛି । ଅସୁସ୍ଥତା ଅନୁଭବ କରିପାରନ୍ତି । ଇର୍ଷା ପରାୟଣ ଓ ସ୍ୱାଭିମାନୀ ହେବେ । ଜଳଯାତ୍ରା ନ କରିବା ଭଲ । ସହେଯାଗୀ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କନ୍ୟା – ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ଏବଂ ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ତୁଳା – ଦୂରଯାତ୍ରାରୁ ବିରତ ହେବାକୁ ପଡିପାରେ । ଶତ୍ରୁକୁ ସାମନା କରିବାକୁ ପଡିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ବିଛା – ଅସାଧ୍ୟ କାର୍ଯ୍ୟକୁ ସାଧନ କରି ମନରେ ଅହଂଭାବ ଆଣିପାରନ୍ତି । ଦୀର୍ଘ ମିଆଦୀ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଧନୁ – କାର୍ଯ୍ୟକ୍ଷେତ୍ରରେ ଆଗୁସାର ହେବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ବ୍ୟକ୍ତିତ୍ୱ ଅଧିକ ବିକଶିତ ହେବ । କୃଷିକର୍ମ ଉପରେ ଗୁରୁତ୍ୱ ଦେବେ । ପ୍ରେମୀ ଓ ବୁଦ୍ଧିମାନ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମକର – ଦୃଢ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଯେପରି ଆକ୍ରାନ୍ତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କୁମ୍ଭ – ଯାହା ଇଚ୍ଛା କରୁଛନ୍ତି ତାହା ଆଜି କରିବେ । ଉଚ୍ଚ ଆଶା ଫଳବତୀ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତି ସମ୍ପନ୍ନ ହେବେ । ମଧୁରଭାଷୀ ,ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ମୀନ – ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଶକ୍ତିମାନ୍ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ । ଧନପ୍ରାପ୍ତିର ସୂଚନା ମିଳୁଛି । ଉମ ଭୋଜନ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.