ଅପ୍ରେଲ ୨୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 23, 2020 IST

ମେଷ – ଅସୁସ୍ଥତା କାରଣରୁ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ପଶୁ ସମ୍ପଦ ଲାଭ ହୋଇପାରେ । ଉମଗୁଣଯୁକ୍ତ ହେବେ । ନୀତିନିଷ୍ଠ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ବୃଷ – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିଛି । ସୁଖ-ଭୋଗ କରିପାରନ୍ତି । ଧର୍ମାଶ୍ରୟୀ ଓ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ମିଥୁନ – ବହୁ ଶୁଭଫଳ ଆଶା କରାଯାଏ । ଜନସାଧାରଣଙ୍କ ଦ୍ୱାରା ସମ୍ମାନିତ ହେବେ । ଶ୍ରମ ସାର୍ଥକ ସହ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସର୍ବାଙ୍ଗୀଣ ଉନ୍ନତି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କର୍କଟ – ଭ୍ରମଣ ସୁଖ ମିଳିପାରେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବ । ଉମ ବୁଦ୍ଧି, ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି । ପରୋପକାରୀ ହେବେ । ମଣି-ଭୂଷଣାଦି ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ସିଂହ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚିନ୍ତା ବୃଦ୍ଧି ଏବଂ କୃପଣ ସ୍ୱଭାବର ହୋଇପାରନ୍ତି । ଭାଗ୍ୟବାନ୍ ଓ ସମ୍ମାନିତ ହେବେ । ଭାଗୁଆଳି ବ୍ୟବସାୟରୁ କିଛିଟା ଲାଭ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

କନ୍ୟା – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସତ୍‌-ପଥଗାମୀ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଗ୍ରହଣ କଲେ ବିଶେଷ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ତୁଳା – ବାଣିଜ୍ୟ କାରବାର ବୃଦ୍ଧି ପାଇବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଅର୍ଥାଭାବ ଦେଖା ଦେଇ ପାରେ । ମନରେ ଭୟ ସାରିତ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ବିଛା – ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଜ୍ଞାନ- ଗରିମାଯୁକ୍ତ ହେବେ । ଉମ ସ୍ୱାସ୍ଥ୍ୟ ସମ୍ପନ୍ନ ହୋଇପାରନ୍ତି । ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସାହାର୍ଯ୍ୟ ସହାନୁଭୂତି ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ – ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ସନ୍‌-ମାର୍ଗୀ ହେବେ । ବିବେକୀ ବ୍ୟକ୍ତି ଭାବେ ପରିଗଣିତ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ମକର – ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବେ । କଥାର୍ବାାରେ ସହଦୃୟତା ଓ ସୌଜନ୍ୟ ଭାବ ପ୍ରକାଶ ପାଇବ । ଦ୍ୟୁତକ୍ରୀଡା ପ୍ରିୟ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କୁମ୍ଭ – ଦିନଟି ଶୁଭଙ୍କର । ପୂର୍ବାହ୍ନରେ ଆଳସ୍ୟ ଅନୁଭବ କରିପାରନ୍ତି । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଚିନ୍ତା ବୃଦ୍ଧି ହୋଇପାରେ । ପ୍ରଭୂତ ବିର ଅଧିକାରୀ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମୀନ – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରନ୍ତି । ବିନୀତ ସ୍ୱଭାବର ହେବେ । ଧାର୍ମିକ ମନୋବୃିର ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.