ଅପ୍ରେଲ ୨୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 20, 2020 IST

ମେଷ – କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ । ସ୍ୱଳ୍ପ ଆୟ କିନ୍ତୁ ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଚଳତା ଦେଖା ଦେବ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୨ ।

ବୃଷ – ଆଶାବାଦୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌-ବ୍ୟବହାର କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମିଥୁନ – ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଧନକ୍ଷୟର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ, ମାତ୍ର ଉତ୍ତମ କଥାକାର ହେବେ । ଯାନବାହନ ଚଳାଚଳରେ ସତର୍କ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

କର୍କଟ – ବୁଝି –ବିଚାରି କାର୍ଯ୍ୟ କଲେ ଶୁଭଫଳ ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଶୁଭ କାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ସିଂହ – କାର୍ଯ୍ୟ କଷ୍ଟ ସାଧ୍ୟ ହେଲେ ବି, ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କନ୍ୟା – ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶ୍ରମ ସାର୍ଥକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ତୁଳା – ପରିଶ୍ରମ ଅଧିକ ହେବ, ମାତ୍ର ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଗର୍ବୀ ଓ ଶଙ୍କାହୀନ ହୋଇପାରନ୍ତି । କୃଷି କର୍ମରେ ମନ ଦେବେ । ଧନ ଭୋଗର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭।

ବିଛା – ଉଚ୍ଚ ଆଶା ଫଳବତୀ ହେବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରିବା ପାଇଁ ମନ ବଳାଇ ପାରନ୍ତି । ଦିଅଁ ଦର୍ଶନର ସୁଯୋଗ ଅଛି । ବିଭାଗୀୟ ସ୍ତରରୁ ଲାଭବାନ୍ ହେବେ । ପ୍ରଭାବ ବିସ୍ତାର କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ଧନୁ – ଭୟ-ଭ୍ରାନ୍ତି ଦୂର ହେବ । ଆକସ୍ମିକ ସମସ୍ୟା ଦେଖା ଦେଇ ପାରେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଶୁଭ କାର୍ଯ୍ୟ ବର୍ଜନୀୟ । ସରଳ ଓ ନିରାଡମ୍ବର ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମକର – ଆୟ ପରିମାଣ ବୃଦ୍ଧି ପାଇବ । ସୁଚିନ୍ତିତ ମତ ବ୍ୟକ୍ତି କରି ଜନସାଧାରଣଙ୍କ ପ୍ରିୟଭାଜନ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପ୍ରଭାବ ବିସ୍ତାର କରିବେ । ପତ୍ନୀଙ୍କ ଉପଦେଶ ମାନିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

କୁମ୍ଭ – ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ମୂଲ୍ୟବାନ୍ ସମ୍ପଦର ଅଧିକାରୀ ହେବେ । ଖର୍ଚ୍ଚାନ୍ତ ଯୋଗ ଅଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨।

ମୀନ – କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ଲାଭ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.