ଅପ୍ରେଲ ୧୯ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 19, 2020 IST

ମେଷ – ଲକ୍ଷ୍ୟ ହାସଲରେ ସକ୍ଷମ ଓ ନାନାବିଧି ସମ୍ମାନର ଅଧିକାରୀ ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଯାନବାହନ ସୁଖ ମିଳିପାରେ । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ବୃଷ – ପରିଶ୍ରମର ମୂଲ୍ୟାଙ୍କନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବ୍ୟବସାୟ ଲାଭଜନକ ହୋଇପାରେ । ସରକାରୀ ଅର୍ଥ ମିଳିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମିଥୁନ – ସେବା ମନୋଭାବାପନ୍ନ ଓ ଧନବାନ୍ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

କର୍କଟ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମନ ଦୁର୍ବଳ ରହିବ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଚୌରଭୟ ରହିଛି । ସରକାରଙ୍କ କୋପ ଦୃଷ୍ଟିର ସମ୍ମୁଖୀନ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ କିଛି ଲାଭ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ସିଂହ – ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ପାରିବାରିକ ସ୍ନେହ, ପ୍ରୀତି ଅକ୍ଷୁଣ୍ଣ ରହିବ । ଅଧସ୍ତନ ବ୍ୟକ୍ତିଙ୍କ ଉପରେ ପ୍ରଗାଢ ବିଶ୍ୱାସ ରହିବ । ସ୍ୱର୍ଣ୍ଣାଦି ଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

କନ୍ୟା – ନିଜ କର୍ମ ଉପରେ ସାନ୍ନିଧ୍ୟ ପାଇ ଖୁସି ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପ୍ରତିଷ୍ଠା ବୃଦ୍ଧି ହେବାର ସୂଚନା ମିଳୁଛି । ସୁଖ ଶାନ୍ତିରେ ସମୟ ଅତିବାହିତ ଏବଂ କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ତୁଳା – କନ୍ୟା, ପୁତ୍ର, ପୌତ୍ର, ପୌତ୍ରାଦି ଲାଭ କରିପାରନ୍ତି । ଶତ୍ରୁନାଶ କରି ଧନ ଭୋଗ କରିବାର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମନରେ ଉଦ୍‌ବେଗ ଜାତ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ବିଛା – ସମ୍ମାନିତ ଓ ଶତ୍ରୁ ଦମନ କରି ବିଜୟୀ ହେବେ । ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ଶୁଭ ଖବର ପାଇ ଖୁସି ସହ ଆଶା ଫଳବତୀ ହେବ । ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ଧନୁ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । କୁଶଳ ସମାଚାର ପାଇ ଆନନ୍ଦିତ ଓ ସକଳ ଗୁଣର ଆଧାର ହୋଇପାରନ୍ତି । ଯଶସ୍ୱୀ ଏବଂ ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ମକର – ଯୋଗାଯୋଗ ଫଳଦାୟକ ହେବ । ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ବିବିଧ ଧନର ଅଧିକାରୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କୁମ୍ଭ – ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆୟର ମାର୍ଗ ଉନ୍ମୁକ୍ତ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବତ୍ର ଶୁଭ ଆଶା କରାଯାଏ । ଧନବାନ୍‌, ଗୁଣଯୁକ୍ତ ଓ ଉପାର୍ଜନକାରୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ମୀନ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶାନ୍ତ, ନିପୁଣ ଓ ମେଧାବୀ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି । ବିଦ୍ୱାନ ଓ ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.