Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଅପ୍ରେଲ ୧୭ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/04/2020 at 6:43 AM

ମେଷ – ଶ୍ରମ ସାର୍ଥକ ହେବ । ପାରିବାରିକ ସୁଖ ଓ କାର୍ଯ୍ୟରେ ସଫଳତା ମିଳିବ । ସୁଖ-ସମ୍ଭୋଗ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସରକାରୀ ଧନ ମିଳିପାରେ । ଗୁଣଜ୍ଞ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ବୃଷ – ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ । ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ କାର୍ଯ୍ୟରେ ସହାୟତା କରିବେ । ଧର୍ମକ୍ରିୟାରତ ଓ ପରାମର୍ଶଦାତା ହେବେ । ମନୋଜ୍ଞ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମିଥୁନ – ଶ୍ରେଷ୍ଠ କର୍ମରେ ନିୟୋଜିତ ସହ ସଙ୍ଗୀତ ମିତ୍ରଙ୍କ ଆଗ୍ରହୀ ହେବେ । କର୍ମାନୁରକ୍ତ ଏବଂ ଧନଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ସରକାରୀ ମାନ୍ୟତା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କର୍କଟ – ଉମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ ହୋଇପାରେ । କାର୍ଯ୍ୟରେ ଉନ୍ନତି ଘଟିବ । ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ସିଂହ – ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ । ଅଜାତଶତ୍ରୁ ଏବଂ ସରକାରୀ ସ୍ତରରେ ସମ୍ମାନିତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

କନ୍ୟା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହାକି ଆପଣ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ, ମାତ୍ର ଏହା ବିଳମ୍ବିତ ହୋଇପାରେ । ବହୁ ଧନ ସହିତ ଉମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ତୁଳା – ନିଜେ କଳହମୁକ୍ତ ହେବା ପାଇଁ ଚେଷ୍ଟା କରିବେ । କର୍ମତତ୍ପରତା ପ୍ରକାଶ ପାଇବ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ଶତ୍ରୁ ଦମନ କରିପାରନ୍ତି । ଧନ ଭୋଗର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବିଛା – ସମ୍ମାନିତ ଓ ଶତ୍ରୁ ପରାଜିତ ହେବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଆଶା ଫଳବତୀ ହେବ । ବନ୍ଧୁ ମିଳନ ଘଟିପାରେ । ଧନ ଲାଭର ସୂଚନା ମିଳୁଛି । ଧନଲାଭ ହୋଇପାରେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ ।

ଧନୁ – ଗୁରୁ ଓ ଗୁରୁଜନଙ୍କ କଲ୍ୟାଣଭାଜନ ହେବେ । ଆଳସ୍ୟ ଅନୁଭବ କରିପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନର ଅଧିକାରୀ ଓ ସୁଖୀ ଏବଂ ର୍କୀୀମାନ୍ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମକର – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ନବବସ୍ତ୍ର ପରିଧାନ କରିପାରନ୍ତି । ଆୟର ଦ୍ୱାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କୁମ୍ଭ – ଆୟ ଆଶାନୁରୂପ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବତ୍ର ଶୁଭ ଆଶା କରାଯାଏ । ସତ୍ୟବାଦୀ, ପଣ୍ଡିତ ଓ ପ୍ରବାସୀ ହୋଇପାରନ୍ତି । ପିତୃଭକ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମୀନ – ଉଚ୍ଚଆଶା ଫଳବତୀ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ପାରିବାରିକ ସୁଖ ଅବ୍ୟାହତ ରହିଛି । ଭାଗ୍ୟଶାଳୀ ,କର୍ମବୀର ଓ ଉଦାର ଚରିତ୍ରଯୁକ୍ତ ଏବଂ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

   Related Posts