ଅପ୍ରେଲ ୧୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 15, 2020 IST

ମେଷ – ଦୂର ଯାତ୍ରାରେ ସଫଳ ମିଳିବ । କ୍ଷମତାର ସଦୁପଯୋଗ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ଏବଂ ବିବାଦୀୟ ଘଟଣାରେ ବିଜୟୀ ହେବେ । ଧର୍ମମାର୍ଗୀ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ବୃଷ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହି ନ ପାରେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । କେବଳ ଲଗ୍ନ ଭାବରେ ଶୁକ୍ରଙ୍କ ଅବସ୍ଥାନ ଯୋଗୁଁ ଧର୍ମପ୍ରିୟ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ମିଥୁନ – ଆମୋଦ-ପ୍ରମୋଦରେ ସମୟ ବିତାଇପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

କର୍କଟ – ବିଜୟର ମାର୍ଗ ଉନ୍ମୁକ୍ତ ରହିଛି । ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ସିଂହ – ପରଚର୍ଚ୍ଚାରୁ ବିରତ ହେଲେ ମାନ୍ୟତା ମିଳିବ । ପଢାପଢିରେ ମନୋନିବେଶ କରିପାରନ୍ତି । ଯେ କୌଣସି ସୂତ୍ରରୁ ଅର୍ଥାଗମ ହେବାର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

କନ୍ୟା – କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ସୁଗୁଣ ସମ୍ପନ୍ନ ଏବଂ ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ତୁଳା – ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରିବା ପାଇଁ ବାତାବରଣ ଅନୁକୂଳ ରହିଛି । ଦେବଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରେ ଲାଭ ଉଠାଇବାକୁ ସକ୍ଷମ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବିଛା – ଭାଗ୍ୟଶାଳୀ ଓ ସୁଖୀ ହୋଇପାରନ୍ତି । ତ୍ୟାଗପୂତ ଜୀବନ-ଯାପନ କରିପାରନ୍ତି । ସାମାଜିକ ସ୍ୱୀକୃତି ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ଧନୁ – ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ଓ ଚିନ୍ତାଧାରା ଉନ୍ନତମାନର ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ମକର – କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଭଲ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଶୁଭ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କୁମ୍ଭ – ଶୁଭ ସମାଚାର ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ଓ ନାନାବିଧି ସମ୍ମାନର ଅଧିକାରୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମୀନ – ସୌଭାଗ୍ୟ ଉଦୟ ହୋଇଛି । ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.