ଅପ୍ରେଲ ୧୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 11, 2020 IST

ମେଷ :

ବିଶେଷ ଭ୍ରମଣଜନିତ ଦ୍ୱିଜା ନକ୍ଷତ୍ର ଶାରୀରିକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ । ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି । ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବୃଷ :

ଆନୁଷ୍ଠାନିକ କାମ ସକାଶେ ରୋହୀଣୀ ନକ୍ଷତ୍ର ଜାତ ବ୍ୟକ୍ତି ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିପାରେ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ପୁରାତନ ରୋଗର ପୀଡା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ମିଥୁନ :

ଆଦ୍ରା ନକ୍ଷତ୍ରର ସମସ୍ୟା ବଢି ବଢି ଯାଉଥିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ । ପରିବାରର ସମସ୍ୟାକୁ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନ କଥା ପ୍ରକାଶ କରିପାରିବେ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ :

ସହକର୍ମୀଙ୍କ ସହାୟତାରେ ପୁଷ୍ୟା ନକ୍ଷତ୍ର ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା କରିପାରନ୍ତି । ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ସିଂହ :

ମନ କଥାକୁ ମନ ଭିତରେ ରଖି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା, ବିଭିନ୍ନ ପ୍ରକାରର ଫନ୍ଦି ଫିକର କରିବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କନ୍ୟା :

ଶୁକ୍ର ଧନଭାବରୁ ଦୁଃସ୍ଥାନସ୍ଥଜନିତ ଅର୍ଥା ଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀର ସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ତୁଳା :

ପରିସ୍ଥିତି ଚାପଜନିତ କେତେକ କାମ ବାଧ୍ୟତା ମୂଳକ ଭାବରେ କରିବାକୁ ବାଧ୍ୟ ହେବେ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

ବିଛା :

ପରିସ୍ଥିତି ବଦଳି ଯାଇଥିବା ଫଳରେ ମନଟା କାହିଁକି କେମିିତି କେମିତି ଲାଗିବ ଓ ଭଲ ଲାଗିବ ନାହିଁ । ସୁବିଧା ସୁଯୋଗ ଥିଲେ ମଧ୍ୟ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ଧନୁ :

ଉତ୍ତରଉଷାଢା ନକ୍ଷତ୍ର ସକାଶେ ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ସମସ୍ୟାକୁ ବୃଦ୍ଧି କରି ଦେବାର ଆଶଙ୍କା ମଧ୍ୟ ରହିଛି । ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେସନ ସମ୍ପର୍କୀୟ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ମକର :

ପ୍ରିୟବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବାର କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ଶ୍ରବଣା ନକ୍ଷତ୍ର ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

କୁମ୍ଭ :

ପାରିବାରିକ ସ୍ତରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଯଦି କିଛି ଅସୁବିଧା ଅନୁଭବ କରୁଛନ୍ତି ତେବେ ନିଜର ପ୍ରିୟ ବନ୍ଧୁଙ୍କୁ ମିଶାନ୍ତୁ, ସେ ଅବଶ୍ୟ ଆପଣଙ୍କୁ କିଛିଟା ସାହାର୍ଯ୍ୟ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମୀନ :

ଆଜି ପରିବାରରେ ସନ୍ତାନମାନଙ୍କର କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ । ଈର୍ଷା ପରାୟଣ ବନ୍ଧୁମାନଙ୍କ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.