ଅପ୍ରେଲ ୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 09, 2020 IST

ମେଷ – ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବୃଷ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିିଳିବ । ଚଞ୍ଚଳ ମନା ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ପ୍ରଚୁର ଧନଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମିଥୁନ - ଚୌର ଭୟ ଥିବାରୁ ସତର୍କତା ଏକାନ୍ତ ଜରୁରୀ । ଉଦାର ସ୍ୱଭାବର ହେବେ । କୃଷୀକର୍ମକାରୀ ଓ ଦାନଶୀଳ ହୋଇପାରନ୍ତି । ବୁଦ୍ଧିମାନ୍ ଓ ବ୍ୟକ୍ତିତ୍ୱ ବିକଶିତ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

କର୍କଟ – ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ସାହସୀ ଓ ଆସ୍ତିକ ହେବେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ସାନଭାଇଙ୍କ ଠାରୁ ଭକ୍ତି ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ସିଂହ – ମିତ୍ର ସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କନ୍ୟା – ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିଲୋକଦ୍ଦମାରେ ବିଜୟୀ ହେବେ । ଧନ ଲାଭ ହେବ, ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ତୁଳା – ଚଞ୍ଚଳମନା ହେବେ । ମାତ୍ର ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଅଧିକାଂଶ ସମୟ ଏକାନ୍ତରେ ରହିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ସାହସୀ ଓ ଜ୍ଞାନୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ବିଛା – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ମନ ଚଳ-ଚଞ୍ଚଳ ରହିବ । ସରକାରୀ ଅଥବା କାର୍ଯ୍ୟ କରୁଥିବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଗ୍ରିନ୍ । ଶୁଭ ଅଙ୍କ ୪ ।

ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମକର – ଧର୍ମାତ୍ମା ଓ ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ପ୍ରବାସପ୍ରିୟ ହୋଇପାରନ୍ତି । ବିଦ୍ୱାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କୁମ୍ଭ - ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ସ୍ୱାଭିମାନୀ , ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମୀନ - ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା ମନୋଭାବାପନ୍ନ ହୋଇପାରନ୍ତି । ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.