Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅପ୍ରେଲ ୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/04/2020 at 6:30 AM

ମେଷ – ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି କାମ କରନ୍ତୁ , ନଚେତ୍ ଶନିଙ୍କ ସହ ମଙ୍ଗଳ ହେତୁ ଥଣ୍ଡା ଜ୍ୱର ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭବ ଉପୁଜିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଶନିକ୍ଷେତ୍ରସ୍ଥ ବୁଧ ଯୋଗୁ ଦୀର୍ଘ ଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପରିସ୍ଥିତିବଶତଃ ବନ୍ଦ ହୋଇଯିବ । ସାମାଜିକ ସ୍ତରରୁ ବନ୍ଧୁଙ୍କୁ ସାହାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମିଥୁନ – ଅଷ୍ଟମାଧିପ ଦୃଷ୍ଟିରେ ରବି ଥିବାରୁ ପଡୋଶୀ କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ପାରିବାରିକ ସମସ୍ୟା କ୍ରମଶଃ ବଳିଯାଉଥିବାରୁ ମାନସିକ ସ୍ଥିତି ଭଲ ରହି ନ ପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

କର୍କଟ – ଆଜି ସ୍ଥଗିତ କର୍ମ ସମ୍ପାଦନ ଓ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି । ଅନ୍ୟମନସ୍କତା କାରଣରୁ କେତେକ ଭୁଲ କାମ କରି ଉଚ୍ଚ ପଦାଧିକାରୀଙ୍କ ଚକ୍ଷୁଶୂଳ ହେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ସିଂହ – ବ୍ୟୟାଧିପ ରାଶିରେ ଥିବାରୁ , ଯେତିକି ପାଇବାର ଥିବା ତାହା ଠାରୁ ଅଧିକ ଦୁଇଗୁଣା ଖର୍ଚ୍ଚ କରିବାକୁ ପଡିପାରେ । ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କନ୍ୟା – ବୁଧଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷ ପାଇବେ । କାର୍ଯ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ତୁଳା – ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ଶନି ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ସମସ୍ୟା ମଧ୍ୟରେ ବୁଡି ରହି ଆପଣଙ୍କ ଦୈନ୍ୟଯୁକ୍ତ କଥା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ବିଛା – କର୍ମଭାବସ୍ଥ ଭାଗ୍ୟାଧିପତି କାରଣରୁ ପରିସ୍ଥିତିର ପଡି ଅଥବା ଭିନ୍ନ ଏକ ପରିସ୍ଥିିତିରେ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ । ବନ୍ଧୁଙ୍କ ପାରିବାରିକ ବିଷୟ ଚିନ୍ତାକରି ଭାବ ପ୍ରବଣତାରେ ବ୍ୟସ୍ତତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ଧନୁ – ବୃହସ୍ପତି ଯୁକ୍ତ ଶନି ଓ ମଙ୍ଗଳ ଯୋଗୁ ଜୀବନଯାତ୍ରାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ । କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଲି ବାହାର କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମକର – ରବି ଓ ରାହୁଙ୍କ ମଧ୍ୟବର୍ତ୍ତୀ ଶୁକ୍ର ପ୍ରଭାବରେ ବନ୍ଧୁଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ପାରିବାରିକ ଜୀବନରେ ଜିଦ୍‌ଖୋର ପ୍ରବୃତ୍ତିରୁ ମତାନ୍ତର ସୃଷ୍ଟି ହେବାର ସଂମ୍ଭ।।ବନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଦ୍ୱାଦଶସ୍ଥଗ୍ରହ ଜନିତ କର୍ମଜାଳ କିମ୍ବା ନିଃସଙ୍ଗତା ମାନସିକ ଚାପଗ୍ରସ୍ଥ କରାଇପାରେ । ତଥାପି ସାଂଗଠନିକ କାମ, ପରିବହନ, ରାଜନୀତି, ଆଇନ ଓ ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମୀନ – କର୍ମାଧିପ ସହ ଶନିଙ୍କ ସଂଯୋଗରୁ ପୁରୁଣା କାମଗୁଡିକର ସମୀକ୍ଷା କରିବେ କିନ୍ତୁ ବିବାଦୀୟ ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

   Related Posts