ଅପ୍ରେଲ ୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 07, 2020 IST

ମେଷ – ଆଜି ସ୍ୱଗୃହୀ ଚନ୍ଦ୍ର ପ୍ରଭାବରେ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ । ବନ୍ଧୁଙ୍କ ସାହାର୍ଯ୍ୟ ଓ ସହ-ଯୋଗ ପାଇ କାମକୁ ତ୍ୱରାନ୍ୱିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ବୃଷ – ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ବନ୍ଧୁମାନଙ୍କ ପରାମର୍ଶ ଅନୁଯାୟୀ ହଠାତ୍ ନୂତନ ଯୋଜନା ଆରମ୍ଭ କରିପାରନ୍ତି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବହୁତଗୁଡିଏ କାମ ହାତକୁ ନେବା ଦ୍ୱାରା ଟେନ୍‌ସନ୍ ବୃଦ୍ଧି ପାଇବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମିଥୁନ – ସ୍ୱଗୃହୀ ମୁଖାଧିପତି ହେତୁ ଶତ୍ରୁ ମଧୁର କଥା କହି ପରକୁ ଆପଣାର କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପରିବାରରେ ବିବାଦୀୟ ପରିସ୍ଥିତିର ସୂଚନା ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

କର୍କଟ – ଚନ୍ଦ୍ର ଏକାଧିକ ପାପଗ୍ରହ ଦୃଷ୍ଟି ପଥାରୂଢ କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ସିଂହ – ଶନି ସହ ମଙ୍ଗଳଙ୍କ ସଂଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା କରି ନିରାଶ ହେବେ । ପାରସ୍ପରିକ ମତଭେଦ କାରଣରୁ ଘରୋଇ ସମସ୍ୟା ହେତୁ ମାନିସକ ଶାନ୍ତି ବ୍ୟାହତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କନ୍ୟା – ଏକାଧିକଗ୍ରହସ୍ଥ ସମାବେଶରୁ ପରିବାରରେ ଅଶାନ୍ତି ବାତାବରଣରୁ ସେତିକି ଦୁଃଖୀ ହୋଇ ପାରନ୍ତି । ସାମାଜିକ ସ୍ତରରେ ଧର୍ମ କାର୍ଯ୍ୟ କରି ଏବଂ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଉପକୃତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ତୁଳା – ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବି ଜାତୀୟବ୍ୟକ୍ତିଙ୍କ ସାହାର୍ଯ୍ୟ, ସହ-ଯୋଗ ବିଶେଷଭାବେ ରହିବ । ଆନିଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ବିଛା – ଚନ୍ଦ୍ରଙ୍କ ପ୍ରଭାବରେ ଭାବ ପ୍ରବଣତାରେ ଭାସିଯାଇ ଆପଣଙ୍କର କୌଣସି ମନ୍ତବ୍ୟକୁ ବନ୍ଧୁ ନା ପସନ୍ଦ କରିପାରନ୍ତି । କାର୍ଯ୍ୟହାନି କାରଣରୁ ମାନସିକ ସ୍ଥିତି କେତେକାଂଶରେ ଠିକ୍ ରହି ନ ପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ଧନୁ – କର୍ମାଧିପତିଙ୍କ ଶୁଭତ୍ୱ ଏକାଧାରରେ ପରିବାର ଓ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରି ରଖିବେ କିନ୍ତୁ ମାନସିକ ଦୁଶ୍ଚିନ୍ତା ବଢିଯିବା ଦ୍ୱାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ବହୁ ମୂଲ୍ୟ ଦେବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ମକର – ଆଜି ଉଚ୍ଚ ଚିନ୍ତା କରିବେ ଏବଂ ସାହାର୍ଯ୍ୟ ସହ-ଯୋଗର ଅଭାବ ରହିବ ନାହିଁ କିନ୍ତୁ ଆତ୍ମୀୟ ମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିବା ଦ୍ୱାରା କଷ୍ଟ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କୁମ୍ଭ – ସାଧାରଣ କଥାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ବାଧା, ବିଘ୍ନ ଓ ପ୍ରତିବନ୍ଧକ ଲାଗି ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ମୀନ – ଅପ୍ରିୟ ସତ୍ୟଭାଷଣରୁ କର୍ମକ୍ଷେତ୍ରରେ ସମସ୍ୟାରେ ପଡି ଅପଦସ୍ଥ ହୋଇପାରନ୍ତି । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.