Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

୩ ନଭେମ୍ବର, ଶନିବାର

3/11/2018 at 7:05 AM

ମେଷ – କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ଅବ୍ୟାହତ ରହିବ ।

ବୃଷ – ଚିନ୍ତାଧାରା ଉନ୍ନତମାନର ହେବ । ଯେକୌଣସି ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମନରେ ପ୍ରସନ୍ନତା ଦେଖା ଦେବ । କାର୍ଯ୍ୟରେ ସଫଳତା ଲାଭ କରିବେ ।

ମିଥୁନ – ବନ୍ଧୁ ସହାୟତା ପାଇବା ପାଇଁ ଚେଷ୍ଟା କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି । କର୍ମକ୍ଷେତ୍ର ଫଳଦାୟକ ହେବ ।

କର୍କଟ- ବ୍ୟବସାୟ ଲାଭଜନକ ହେବ । ତଥାପି ମନ ବ୍ୟାକୁଳ ରହିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ବନ୍ଧୁ ବା ସରକାରୀ ସହାୟତାରୁ ଲାଭଜନକ ହେବେ ।

ସିଂହ – ଦୂରଯାତ୍ରାରେ ସଫଳତା ମିଳିପାରେ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି ।

କନ୍ୟା – ନିଜେ ଗଢି ଥିବା ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଶାନ୍ତି ଓ ସନ୍ତୋଷ ଲାଭ କରିବେ ।

ତୁଳା – ଆୟ ଆଶାନୁରୂପ ହେବ । ଆପନଙ୍କ ବ୍ୟବହାର କୁଶଳ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି ।

ବିଛା – କର୍ତ୍ତବ୍ୟନିଷ୍ଠ ହେବେ । ପରୋପକାରୀ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭୋଗ ବିଳାସଯୁକ୍ତ ହେବେ ।

ଧନୁ – ଯେତେ ଆଗକୁ ବଢିବେସେତେ ଅଧିକ ସଫଳତା ମିଳିବ । କ୍ଳାନ୍ତ ଅନୁଭବ କଲେ ବି ଭବିଷ୍ୟତରେ ସଫଳତା ମିଳିବ । ଖର୍ଚ୍ଚାନ୍ତ ହୋଇପାରନ୍ତି ।

ମକର – ଅନୁଗତଙ୍କ ଦ୍ୱାରା ଲାଭବାନ ହୋଇପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡିବ ।

କୁମ୍ଭ – ସୁଖ-ସନ୍ତୋଷ ଦିନଟି ଆଜି ମାନବୃଦ୍ଧିର ସୂଚନା ମିଳୁଛି । ସମ୍ମାନସ୍ପଦ ବ୍ୟକ୍ତି ବିଶେଷରେ ପରିଗଣିତ ହେବେ । ପ୍ରଭାବ ବିସ୍ତାର କରିପାରନ୍ତି ।

ମୀନ – ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ମହତକାର୍ଯ୍ୟ ପାଇଁ ଧନବ୍ୟୟ କରିପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି ।

   Related Posts