ଅପ୍ରେଲ ୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 06, 2020 IST

ମେଷ – କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ । ପରଧନରେ ଧନୀ ହୋଇପାରନ୍ତି । ବହୁ ବିିଦ୍ୟା ପାରଙ୍ଗମ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ବୃଷ – ସକଳ ଗୁଣର ଆଧାର, ସୁଖୀ, ଧାର୍ମିକ ଓ ହାସ୍ୟ ଯୁକ୍ତ ଓ କ୍ରିୟାଶୀଳ ହେବେ । କାବ୍ୟଶାସ୍ତ୍ରାନୁରକ୍ତ ଓ ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମିଥୁନ – ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନର ଅଧିକାରୀ ହୋଇପାରନ୍ତି । ଅତିସୁଖୀ, କୀର୍ତ୍ତିମାନ, ସହିଷ୍ଣୁ ଓ ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ । ନୃତ୍ୟ-ସଙ୍ଗୀତ ପ୍ରତି ଆଗ୍ରହ ଆସିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

କର୍କଟ – ଧନବାନ୍ ହେବେ । ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଅଧିକ ଉପାର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ମହତ୍ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ସିଂହ – ଯାତ୍ରା ସ୍ଥଗିତ ରଖିବାକୁ ପଡିବ । ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଦୟାଳୁ ସ୍ୱଭାବ ହେବେ । ଶିଷ୍ଟାଚାର ସଂପନ୍ନ । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

କନ୍ୟା – ଆୟ ଆଶାନୁରୂପ ଓ ବ୍ୟବସାୟ ଲାଭଜନକ ହେବ । ନାନାବିଧ ସମ୍ମାନର ଅଧିକାରୀ ଏବଂ କୀର୍ତ୍ତିମାନ ହେବେ । ଯାନବାହନ ସୁଖ ମିଳିବ । ଭୋଗ ବିଳାସ କରିପାରନ୍ତି । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା – ବହୁ ସଫଳ ଆଶା କରାଯାଏ । କାର୍ଯ୍ୟ ସାଧନ କରିବାରେ ସିଦ୍ଧ ହସ୍ତ ହେବେ । ଉନ୍ନତିମାର୍ଗରେ ଆଗକୁ ବଢିବେ । ଉଚ୍ଚ ଆଶା ଫଳବତୀ ଏବଂ ସରକାରୀ ଅର୍ଥ ପ୍ରାପ୍ତ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ବିଛା – ଉଦାସୀନ ହୋଇପାରନ୍ତି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ବନ୍ଧୁ ଦର୍ଶନର ସୁଯୋଗ ଅଛି । ଶୁଭ କର୍ମ ସଂପାଦନ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ଧନୁ – ଶତ୍ରୁ ଦମନ କରିବାରେ ସକ୍ଷମ ,ସାହସୀ ଓ କୁଶଳୀ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ମନ ଅସ୍ଥିର ରହିପାରେ । ବ୍ୟବସାୟୀମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମକର – ପ୍ରୀତି ଲାଭ କରିପାରନ୍ତି । ସତ୍ ସଙ୍ଗୀ ହେବେ । ପଡୋଶୀଙ୍କ ସହିତ ସଦ୍ଭାବନାରେ ଚଳିବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସର୍ବ ସୁଖ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

କୁମ୍ଭ – ଚିନ୍ତା ଦୂର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଦମନ କରିପାରନ୍ତି । ସେବା -ପୂଜାରେ ନିବୃତ ହେବେ । ନିତ୍ୟାନନ୍ଦ ଭୋଗ କରିବେ । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମୀନ – ଧର୍ମ କାର୍ଯ୍ୟରେ ଲିପ୍ତ ରହିପାରନ୍ତି । ଉନ୍ନତିମାର୍ଗରେ ଆଗକୁ ବଢିବେ । ବନ୍ଧୁ ଦର୍ଶନ କରି ସୁଖ ଅନୁଭବ କରିବେ । କର୍ମ ତତ୍ପରତା ପ୍ରକାଶ ପାଇବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.