ଅପ୍ରେଲ ୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 05, 2020 IST

ମେଷ – ଶନିମଙ୍ଗଳ ସହଯୋଗରୁ ସ୍ୱାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ବୃଷ – ବିଳାସକାରକ ଗ୍ରହ ପ୍ରଭାବରେ ଖୁସି ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ । ଶନିଙ୍କ ପ୍ରଭାବଜନିତ କାମଟି ଅତିଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ମିଥୁନ – ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଆପଣଙ୍କ ସୁନ୍ଦର ବ୍ୟବହାର ଯୋଗୁଁ ବହୁଜନ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ମଜଭୁତ ରହିବା ସହ ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

କର୍କଟ – ଏକାଧିକ ଗ୍ରହ ରାଶି ଓ ରାଶ୍ୟାଧିପତିଙ୍କୁ ଦେଖୁଥିବାରୁ ଆରୋଗ୍ୟଲାଭ, ପାରିବାରିକ, ପ୍ରଶାସନ, ଯାନବାହନ ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ସିଂହ – ଅନୁକୂଳ ଗ୍ରହସ୍ଥିତିରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟୀମାନେ, ବିଶେଷଭାବେ ପରିବହନ, ମନୋରଞ୍ଜନ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

କନ୍ୟା – ରବି ଓ ଶୁକ୍ରଙ୍କ ଶୁଭ ସଂସ୍ଥିତିରୁ ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ପାଇପାରିବେ । ସବୁ ସମୟରେ କଥା କଥାକେ ସାହାର୍ଯ୍ୟର ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକଣା ସମୟରେ ପାଖକୁ ଆସି ନ ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ତୁଳା – ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବି ଜାତୀୟ ବ୍ୟକ୍ତିଙ୍କ ସାହାର୍ଯ୍ୟ, ସହ-ଯୋଗ ବିଶେଷ ଭାବେ ରହିବ । ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ବିଛା – ଉପଚୟ ସ୍ଥାନରେ ଏକାଧିକ ଗ୍ରହଜନିତ ବିଗତ ଦିନର ସ୍ଥିତି ରୋମନ୍ଥନ କରି ମାନସିକ ସ୍ତରରେ ବିଚଳିତ ବୋଧ କରିବେ । ପୁତ୍ର, କନ୍ୟାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିତୀକୃତ ହେବାର ସୂଚନା ମଧ୍ୟ ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ଧନୁ – ରବିଙ୍କ ପ୍ରଭାବରେ ଆଜି ପାରିପାଶ୍ୱିର୍କ ପରିସ୍ଥିତି ପ୍ରତି ସଜାଗ ରହି କାମ କଲେ ଉପକୃତ ହେବେ । ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମକର – ଶୁକ୍ରଙ୍କ ଶୁଭ ପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନର ମଉକା ପାଇବେ । ଦିନଟି ସବୁ ଦିଗରୁ ଭଲରେ ଯିବ, କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିବାର ସୁଯୋଗ ହାତ ପାହାନ୍ତାକୁ ଆସିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

କୁମ୍ଭ – କର୍ମାଧିପ ଉଚ୍ଚଭାବରେ ରହିଥିବାରୁ ହାତକୁ ନେଇ ଥିବା କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ଜିଦ୍‌ରେ ଅଟଳ ରହି କାର୍ଯ୍ୟ ସାଧନ କରିବେ । ଈର୍ଷାପରାୟଣ ବନ୍ଧୁଙ୍କ ଅପ୍ରଚାର ଓ ମିଥ୍ୟା ଅଭିଯୋଗ ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମୀନ – ବୁଧଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ଥିରତା ରକ୍ଷା କରିବାରେ ଅସମର୍ଥ ହୋଇପଡିବେ । ବିବାଦୀୟ ପରିସ୍ଥିତିରେ ଲଢେଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବା ବ୍ୟତୀତ କିଛି ଲାଭ ହେବନି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.