ଅପ୍ରେଲ ୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 02, 2020 IST

ମେଷ – ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ । ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ପ୍ରଶଂସାର ପାତ୍ର ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ଆଶାବାଦୀ ହେବେ । ସ୍ନେହବୋଳା କଥାରେ ପରକୁ ଆପଣାର କରିବେ । କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ । କର୍ମତତ୍ପର ହୋଇପାରନ୍ତି । ସଙ୍ଗୀତପ୍ରିୟ ଓ ଯଶସ୍ୱୀ ହେବେ । ସରକାରୀ ସୂତ୍ରରୁ ଅର୍ଥ ମିଳିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ମିଥୁନ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । କର୍ତ୍ତବ୍ୟପରାୟଣ ହୋଇପାରନ୍ତି । ସତ୍‌କର୍ମରେ ନିୟୋଜିତ ଏବଂ ସୁବୁଦ୍ଧି ସମ୍ପନ୍ନ ଓ ଧନଯୁକ୍ତ ହେବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

କର୍କଟ – ଉପୁଜି ଥିବା ବିବାଦର, ସମାଧାନର ବାଟ ବାହାର କରିବେ । ଶୁଭ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଧର୍ମାସକ୍ତ ଏବଂ ମା’ଙ୍କ ବିରାଗ ଭାଜନ ହେବେ । ପୁତ୍ର ମିତ୍ର ହେତୁକ ସୁଖ ଲାଭ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ସିଂହ – ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶ୍ରମ ସାର୍ଥକ ଓ ବ୍ୟବସାୟ ଲାଭଜନକ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇ ପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କନ୍ୟା – ଆପଣଙ୍କ କାର୍ଯ୍ୟ ଉଚ୍ଚକୋଟିର ହେବ । ପରିଶ୍ରମର ମୂଲ୍ୟ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ବିଭାଗୀୟ ସ୍ତରର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରୁ ଧନ ଲାଭ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ତୁଳା – ପରୋପକାରୀ ଓ ସୁସମ୍ବାଦ ପାଇଁ ଖୁସି ହେବେ । ଧନବାନ୍ ହୋଇପାରନ୍ତି । ଅପାର ଗୁଣ ଓ ବହୁଧନର ଅଧିକାରୀ ହେବେ । ସୁଖୀ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ବିଛା – ପ୍ରିୟଜନଙ୍କ ସହିତ ମନୋମାଳିନ୍ୟ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଯୁଗ୍ମ ବ୍ୟବସାୟ ଲାଭଜନକ ରହିବ ଏବଂ ସତର୍କତା ମଧ୍ୟ ଜରୁରୀ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ଧନୁ – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବେ ଓ କୃତକାର୍ଯ୍ୟ ହେବେ । ବନ୍ଧୁ ସହାୟତା ପାଇ ଉତ୍‌-ଫୁଲ୍ଲିତ ହୋଇପାରନ୍ତି । ଦୁଃଖୀ-ରଙ୍କୀଙ୍କ ପ୍ରତି ଦୟାର୍ଦ୍ର ଭାବ ଆସିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

ମକର – ଶତ୍ରୁ ଭୟ ହେତୁ ଆଶଙ୍କା ଜର୍ଜରିତ ହୋଇପାରନ୍ତି । ବଳବାନ୍ ହେବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଉନ୍ନୟନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ସାରାଦିନ ସକ୍ରିୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କୁମ୍ଭ – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ଆଦରି ନେଇଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ – କାର୍ଯ୍ୟରେ ଆଗ୍ରହ ଭାବ ଆସିବ । କଳହ ଠାରୁ ଦୂରେଇ ରହିଲେ ସମ୍ମାନ ମିଳିବ । କୃଷିକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ସାହସୀ, ଜ୍ଞାନି ଓ ଉଦାର ପ୍ରକୃତିର ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.