ମାର୍ଚ୍ଚ ୩୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 31, 2020 IST

ମେଷ – ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ନିଜ ଅର୍ଜିତ ଧନ ଭୋଗ କରିବେ । ଶୀର୍ଷ ପଦକୁ ଯାଇପାରନ୍ତି । ଜଣେ ପରାମର୍ଶଦାତା ଭାବେ ସୁନାମ ଅର୍ଜନ କରିବେ । ସମୃଦ୍ଧିର ମୂଳଦୁଆ ପକାଇ ଆଗେଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ବୃଷ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟରେ ବାଧା ଉପୁଜି ପାରେ । କଟୁ ବାକ୍ୟ ପ୍ରୟୋଗ କରି ସାଥି ଛଡା ଏବଂ ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ମିଥୁନ – ଆର୍ଶୀବାଦ ପ୍ରାପ୍ତ ହୋଇପାରେ । ଧନ ଲାଭ ସହିତ ସମ୍ମାନିତ ହେବାର ସୂଚନା ମିଳୁଛି । ସତ୍‌-କର୍ମରେ ବ୍ୟୟ କରିପାରନ୍ତି । ମାନ-ସମ୍ମାନ ବୃଦ୍ଧି ହେବ । ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

କର୍କଟ – ଗୋଳମାଳିଆ ପରିସ୍ଥିତିରେ ଉଧୁରି ଯିବେ । ଶ୍ରମ ସାର୍ଥକ ହେବ । ବହୁ ଶୁଭଫଳ ଆଶା କରାଯାଏ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ଲାଭଜନକ ଓ କୃଷିକ୍ଷେତ୍ର ପ୍ରତି ଧ୍ୟାନ ଦେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ସିଂହ – ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜ୍ୟ-ପୂଜାରେ ବ୍ରତୀ ଏବଂ ବ୍ୟବସାୟ ଲାଭଜନକ ହେବ । ମହତ୍ ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ । ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ପ୍ରଗାଢ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

କନ୍ୟା – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ସ୍ଥଗିତ ରଖିବା ଭଲ ରହିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ତୁଳା – ବନ୍ଧୁ ଦୂରେଇ ଯିବାକୁ ଚେଷ୍ଟା କଲେ ବି, ଆପଣଙ୍କ ହସ୍ତରେ ଡୋରି ରହିବି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ବିଛା – ପ୍ରଥମେ ଅସହ-ଯୋଗର ସମ୍ମୁଖୀନ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବ । ଅର୍ଥ ସହିତ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଉପୁଜି ଥିବା ସମସ୍ୟାର ସୁସମାଧାନ ହୋଇପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ – ପରାମର୍ଶ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ଦୃଢ ସଂକଳ୍ପକୁ ପାଥେୟ କରି କାର୍ଯ୍ୟରେ ଅଗ୍ରସର ଏବଂ ସମ୍ମାନିତ ହେବେ । ବୁଦ୍ଧିମତ୍ତାର ପରିଚୟ ଦେବେ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମକର – ବିଷମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ମାବନା ଅଛି । ଅଧିକ ଦାୟିତ୍ୱ ବହନ କରି ତା’ର ସୁପରିଚାଳନା କରିବେ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

କୁମ୍ଭ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଚେଷ୍ଟାରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ହସ-ଖୁସିରେ ସମୟ ବତାଇ ପାରନ୍ତି । ପଦୋନ୍ନତି ମିଳିବାର ସୁଯୋଗ ଅଛି । ଧର୍ମ କାର୍ଯ୍ୟ ସଂପାଦନ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ମୀନ – ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡିବ । କାର୍ଯ୍ୟକ୍ରମ ଉତ୍ସାହ ବୋଧ ଏବଂ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଧାର୍ମିକ କାର୍ଯ୍ୟ ସଂପାଦନ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.