Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମାର୍ଚ୍ଚ ୨୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

28/03/2020 at 7:02 AM

ମେଷ – ଅଧିକ ବ୍ୟୟ ଯୋଗୁଁ ଅତିଷ୍ଠ ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ତରବରରେ କାର୍ଯ୍ୟ ସମ୍ପାଦନ କରିବାକୁ ଉଦ୍ୟମ ଚଳାଇବେ । ମଧୁରଭାଷାରେ ପରକୁ ଆପଣା କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ବୃଷ – ଧନ, ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ମିଥୁନ – କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳଦୀପ ଭଳି ନିଜେ ଜଳି ଅନ୍ୟକୁ ଆଲୋକ ଦେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ସୁଖ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

କର୍କଟ – ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ସିଂହ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ଓ ଶତ୍ରୁ ବିଜୟୀ ହେବେ । କ୍ଷମାଶୀଳ ହେବା ଆଶା କରାଯାଏ । ଜଳଯାତ୍ରା କରିବା ମନା । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କନ୍ୟା – ସୁଖ-ସମ୍ଭୋଗ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହେବ । ନିଜ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ଏବଂ ସମ୍ମାନିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ତୁଳା – ମନରେ ଗର୍ବଭାବ ଆସିବ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେଇପାରେ । ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବିଛା – ପ୍ରତ୍ୟେକ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବିଭିନ୍ନ ଦିଗରୁ ଅର୍ଥ ଆସିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଧନୁ – ଉଦାର ସ୍ୱଭାବର ଏବଂ ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ, କୃଷି କର୍ମକାରୀ , ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିବା ଆଶା କରାଯାଏ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ମକର – ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବ ଓ ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଉପୁଜି ପାରେ । ମେଳାପୀ ପ୍ରକୃତିର ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

କୁମ୍ଭ – କୌଣସି କାରଣରୁ ମନରେ ଦ୍ୱିଧାଭାବ ଜାଗ୍ରତ ହୋଇପାରେ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । ଉଦାର ଓ ବିଦ୍ୟାପ୍ରେମୀ ଏବଂ ଏକପତ୍ନୀ ବ୍ରତଧାରୀ ହେବେ । ମିତ୍ରସୁଖ ଲାଭ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ମୀନ – ଶ୍ରୀଚନ୍ଦ୍ର ଭୋଗ ହେତୁ ଭଲ ଆୟ ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ଓ ଐଶ୍ୱର୍ଯ୍ୟଯୁକ୍ତ ଏବଂ ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ନୂଆ ମିତ୍ରଙ୍କ ସହ ଯୋଗ ମିଳିବ । ସାମାଜିକ ଗୌରବ ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

   Related Posts