୨ ନଭେମ୍ବର, ଶୁକ୍ରବାର
2/11/2018 at 8:38 AM

ମେଷ – ବନ୍ଧୁ ମେଳରେ ଅପଦସ୍ତ ହୋଇପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ରଖିବାକୁ ପଡିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ ।
ବୃଷ – ଉଚ୍ଚ ସମ୍ମାନ ଲାଭ କରିବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ ସୌଭାଗ୍ୟ ଅଛି ।
ମିଥୁନ – ଶିକ୍ଷା ପ୍ରତି ଆକୃଷ୍ଟ ହୋଇପାରନ୍ତି । ପରିସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟରେ ଆଗେଇବାକୁ ପଡିବ । ଭାଗ୍ୟର ପରିବର୍ତ୍ତନ ଘଟିବ ।
କର୍କଟ- ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପର୍ଯ୍ୟାୟ କ୍ରମେ ବୃଦ୍ଧି ପାଇବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।
ସିଂହ – ହଠାତ୍ ଅସୁବିଧାରେ ସମ୍ମୁଖୀନ ହେବେ । କାର୍ଯ୍ୟରେ ବାଧା ଉପୁଜି ପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି କଲେ ବହୁ ସମସ୍ୟାର ସମାଧାନ କରିବାକୁ ସକ୍ଷମ ହେବେ ।
କନ୍ୟା – ବିଭିନ୍ନ ଦିଗରୁ ଲାଭବାନ ହେବେ । ଆୟ ଆଶାନୁରୂପ ହେବ । ଶୁବ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ ।
ତୁଳା – କର୍ମ ଚଞ୍ଚଳ ରହିପାରନ୍ତି । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ବିଛା – ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି ।
ଧନୁ – ଶୁଭ ଯୋଗ ଅଛି । ବିଷାଦର ଅନ୍ତଃ ଘଟିବ । ଦୁଶ୍ଚିନ୍ତା ଦୂର ହେବ । ସାମାନ୍ୟ ଅସୁସ୍ଥତା ଅନୁବବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି ।
ମକର – ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ । ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ ।
କୁମ୍ଭ – ଶତ୍ରୁର କାର୍ଯ୍ୟ କଳାପ ଦେଖି ପ୍ରତିହିଂସା ପରାୟଣ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଋଣ ପରିଶୋଧ କରିପାରନ୍ତି ।
ମୀନ – ଜଟିଳ ସମସ୍ୟାର ସମାଧାନ କରି ବିଜୟୀ ହେବେ । ଦିନଟି ମଧ୍ୟମ ଧରଣର । ସୁ-ସମ୍ବାଦ ପାଇ ଖୁସି ହେବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତି ହୋଇପାରେ ।