ମାର୍ଚ୍ଚ ୨୭ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 27, 2020 IST

ମେଷ – ଉତ୍ସାହର ସହିତ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବିଶେଷ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହୋଇପାରେ । ନିର୍ମାଣମୂଳକ କାର୍ଯ୍ୟ ଆଗେଇବ । ପରିଶ୍ରମ ଅଧିକ ହେବ । ସେବା ମନୋଭାବ ବଢିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ବୃଷ – ନିର୍ଦ୍ଦିଷ୍ଟ କେତେକ ଯୋଜନାକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ଦର୍ଶନୀୟସ୍ଥାନକୁ ସୁଖ ଭ୍ରମଣର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବସ୍ତ୍ର,ଆଭୂଷଣ, ଗୃହୋପକରଣ କ୍ରୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମିଥୁନ – ସାମାନ୍ୟ ଅଭାବ ଅସୁବିଧା ଥିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ । ମାନସିକ ଶାନ୍ତି, କର୍ମରେ ଉତ୍ସାହ, ଅଧିକ ବ୍ୟୟ ସଂପର୍କୀୟଙ୍କ ପାଇଁ ଚିନ୍ତାଯୁକ୍ତ ରହିବ । ପୈତୃକ ସଂପତ୍ତି ପାଇଁ ବିବାଦ ଆସିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କର୍କଟ – କର୍ମକ୍ଷେତ୍ରରେ ସାହସିକ ପଦକ୍ଷେପ ଗ୍ରହଣ କରିବେ । ଉଚ୍ଚ ସଂପର୍କରେ ଉନ୍ନତି, ସ୍ଥିର ବିଚାରରେ କାର୍ଯ୍ୟ ସାଧନ, ଶତ୍ରୁ ବିଜୟ ଧର୍ମ, କର୍ମରେ ନିଷ୍ଠା ଓ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ସିଂହ – ଚନ୍ଦ୍ରଙ୍କ ଅଷ୍ଟମ ସ୍ଥିତି ଯୋଗୁ ଦିନଟି କିଛି ପରିମାଣରେ ପ୍ରତିକୂଳ ଫଳଦାୟକ ହେବ । ପରିବାର ପାଇଁ ଚିନ୍ତା ବଢିବ। ଦେହ ଅସୁସ୍ଥ ତଥା ମନ ଭାରାକ୍ରାନ୍ତ ରହିବ । ଯାନବାହାନରେ ବ୍ୟୟ ଓ ନିର୍ମାଣ କାର୍ଯ୍ୟ ଅଟକି ଯାଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କନ୍ୟା – ପରିବେଶ ଓ ପରିସ୍ଥିତିର ଆବଶ୍ୟକତାକୁ ନେଇ ସିଦ୍ଧାନ୍ତ ନେବେ । ମନରେ ଉତ୍ସାହ, କାର୍ଯ୍ୟ ଦକ୍ଷତା ବୃଦ୍ଧି, ଶାନ୍ତିପ୍ରିୟ ପରିବାର ପାଇଁ ଅମିତବ୍ୟୟୀ ହୋଇପାରନ୍ତି । ବନ୍ଧୁମାନେ ଭୁଲ ବାଟରେ ନେବାର ପ୍ରଚେଷ୍ଟା କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା – ସାମୟିକ ଭାବରେ ଦେହ ଅସୁସ୍ଥ ରହିବ । ପୂଜା ପାଠରେ ଆଗ୍ରହ ବଢିବ । ଏ ସଂପର୍କରେ ସଠିକ ପରାମର୍ଶ ପାଇବେ । ଆତ୍ମ କୈଦ୍ରିକ ଗୁଣ ଯୋଗୁ ପାରିବାରିକ ଅଶାନ୍ତି ଆସିବ । ଆର୍ଥିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭

ବିଛା – ନିର୍ଦ୍ଧିଷ୍ଟ ଯୋଜନାକୁ ସଫଳ କାର୍ଯ୍ୟ ରୂପ ଦେବାକୁ ପ୍ରଚେଷ୍ଟା ଆବ୍ୟାହତ ରଖିବେ । କର୍ମକ୍ଷେତ୍ରରେ ନେତୃତ୍ୱ ମିଳିବ। ନ୍ୟାୟ ବିଚାରରରେ ପକ୍ଷପାତିତା କରିବେ । ଅଧିକ ପରିଶ୍ରମ ହେତୁ କ୍ଳାନ୍ତି ଅବସାଦ ବଢିବାର ସମ୍ଭାବନା ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ଧନୁ – ସମସ୍ୟା ସବୁର ସହଜ ସମାଧାନ ମିଳିବ ନାହିଁ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ରହିବ । କର୍ମକ୍ଷେତ୍ରରେ ବିରୋଧ ଭାବ ବଢିବ । ଦୂର ଯାତ୍ରାରେ ଯିବା ହିତକର ନୁହେଁ । ପରିଶ୍ରମର ଫଳ ବିଳମ୍ବରେ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମକର – କର୍ତ୍ତବ୍ୟ କର୍ମ ସଂପାଦନରେ ଏକ ନିଷ୍ଠ ହେବେ । ବନ୍ଧୁବର୍ଗ ସହ ସୁସଂପର୍କ ରହିବ । ଆସ୍ତିକତାର ଭାବ ବଢିବ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତିର ସୁଯୋଗ ପାଇବେ । ଆଇନ ଅଦାଲତର ରାୟ ସପକ୍ଷରେ ଯିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଭାବପ୍ରବଣତା ବୋଧ ଅଧିକ ହେତୁ ସାମୟିକ ଅଶ୍ୱସ୍ତି ଭୋଗ କରିବେ । କର୍ମନିଷ୍ଠା ରହିବ । ଗଠନ ମୂଳକ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରାଚୀନ ପନ୍ଥା କିମ୍ବା ଚିନ୍ତାଧାରା ପ୍ରତି ଅଧିକ ଧ୍ୟାନଶୀଳ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମୀନ – ନିଜର ଯୁକ୍ତି ଓ ସିଦ୍ଧାନ୍ତ ପରିବାରରେ ଗ୍ରହଣୀୟ ହେବ । ମାନସିକ ଶାନ୍ତି ସନ୍ତୋଷ ଲାଭ କରିବେ । ପୂଜା ପାଠରେ ଆଗ୍ରହୀ ହେବେ । ପୁରାତନ ବନ୍ଧୁ ସଂପର୍କରେ ଉନ୍ନତି ଅନୁମେୟ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.