Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମାର୍ଚ୍ଚ ୨୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

24/03/2020 at 6:55 AM

ମେଷ – ମକର ରାଶିରେ ଶନି ନିଜ ଗୃହରେ ରହି କର୍ମକ୍ଷେତ୍ରରେ ଅସଜଡା ପରିସ୍ଥିତିକୁ ସୁଧାରି ନେବେ । ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବୃଷ – ସ୍ୱଗୃହରୁ ତୃତୀୟାଧିପ ଦେଖୁଥିବାରୁ ସକାଳୁ ସକାଳୁ କୌଣସି ଶୁଭଖବର ମନକୁ ଆନ୍ଦୋଳିତ କରିବ । ଅତୀତ କଥା ଚିନ୍ତା ନ କରି, ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମିଥୁନ – ରାଶ୍ୟାଧିପ ଭାଗ୍ୟସ୍ଥାନ ଯୋଗୁ ଆପଣଙ୍କ ଆଶା ନିଶ୍ଚିତ ପୂରଣ ହୋଇପାରିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ ନିକଟ ସମ୍ପର୍କୀୟଙ୍କ ସାହାର୍ଯ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

କର୍କଟ – ଚନ୍ଦ୍ରଙ୍କ ଶୁଭ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ସମାନ୍ୟ ଥଣ୍ଡାଜନିତ ପିଡାନୁଭବ କରିପାରନ୍ତି । ଆଲୋଚନା ପରିସରରେ ବିଜ୍ଞବ୍ୟକ୍ତିମାନଙ୍କ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ସିଂହ – ଅଷ୍ଟମଭାବସ୍ଥ ରବିଙ୍କ ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଉପରିସ୍ଥ କର୍ମଚାରୀଙ୍କ କିମ୍ବା ବିଶିଷ୍ଟବ୍ୟକ୍ତିଙ୍କ ସହ ମତାନ୍ତରଜନିତ ପରିସ୍ଥିତି ବିଗିଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କନ୍ୟା – ଧନାଧିପ ଶୁକ୍ର ଧନ ଭାବକୁ ଦୃଷ୍ଟି ଦେଉଥିବାରୁ ଆର୍ଥିକ ସ୍ଥିତି ଉନ୍ନତ ରହିବା ସହ ଆଶା କରୁଥିବା ଜିନିଷ ପାଇ ଖୁସି ହେବେ । ସ୍ୱତନ୍ତ୍ରଭାବରେ ନିମନ୍ତ୍ରିତ ହୋଇ ସମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ । ଶୁଭ ଅଙ୍କ ୭ ।

ତୁଳା – ଆଜିର ଶନି ଓ ଚନ୍ଦ୍ରଙ୍କ ଯୋଗ ଆପଣଙ୍କ କାର୍ଯ୍ୟସିଦ୍ଧି କରାଇବା ସହ ଲୋକସମ୍ପର୍କ ବୃଦ୍ଧିରେ ସହାୟତା ହେବ । ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ବିଛା – ପାପଯୁକ୍ତ ବୃହସ୍ପତି ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ସମସ୍ତେ ଶୁଣି ମଧ୍ୟ ନ ଶୁଣୁଥିବାର ଅଭିନୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ଧନୁ – କର୍ମାଧିପ ନିଜ ଭାବରୁ ଷଷ୍ଠସ୍ଥାନ ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ରହି ନ ପାରେ । ପାରିବାରିକ ସମସ୍ୟାର ଆପୋସ ସମାଧାନ ହୋଇଯିବ । ଅଧିକାଂଶ ସମୟରେ ଆପଣଙ୍କ ନୀରବତା ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ସନ୍ଦେହକୁ ଦୃଢୀଭୂତ କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମକର – ବଳବାନ୍ ରାଶ୍ୟାଧିପତି ଓ କର୍ମାଧିପତିଙ୍କ ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ର ବହୁତ ଭଲ ରହିବ । କିନ୍ତୁ ବୃହସ୍ପତିଙ୍କ ଯୋଗୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କୁମ୍ଭ – ପାପଗ୍ରହଯୁକ୍ତ ମଙ୍ଗଳ ଯୋଗୁ କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣକରି ସମସ୍ୟା ସୃଷ୍ଟି କରିପାରନ୍ତି । ଧନଭାବସ୍ଥ ରବିଙ୍କ ପ୍ରଭାବରେ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ରହିଛି । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମୀନ – କର୍ମକ୍ଷେତ୍ରରେ ତିନୋଟି ଗ୍ରହର କୁପ୍ରଭାବରେ ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ସହଜସାଧ୍ୟ ନ ହୋଇପାରେ । ଯାତ୍ରା ସମୟରେ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

   Related Posts