ମାର୍ଚ୍ଚ ୨୩ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 23, 2020 IST

ମେଷ – ସବୁ ବାଧାବିଘ୍ନ ପ୍ରତିହତ କରି ବିବାଦୀୟ ଘଟଣାରେ ବିଜୟୀ ଏବଂ ଦ୍ୱିଜାନୁରକ୍ତ ହେବେ । ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି । କର୍ମକ୍ଷେତ୍ରରେ ସଫଳ ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ବୃଷ – କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌-ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ଓ ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ମିଥୁନ – ମାନସିକ ସ୍ତରରେ ନିଜକୁ ଅସହାୟ ମନେ କରିପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ବିନୀତ ସ୍ୱଭାବର ଓ ବୁଦ୍ଧିମାନ୍ ହେବେ । ଆଜି ସତର୍କରେ ଚଳିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

କର୍କଟ – ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନରେ ତୃପ୍ତି ଲାଭ କରିବେ । ଧର୍ମାସକ୍ତ ଓ ମିତ୍ର ପାଇଁ ସୁଖୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ସିଂହ – ସୁଗୁଣ ସମ୍ପନ୍ନ ହେବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

କନ୍ୟା – ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ ସଂପାଦନ କରିବେ । ନାନା ଶାସ୍ତ୍ର ଅଧ୍ୟୟନ କରି ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ତୁଳା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେବେ । ଚିନ୍ତାମଗ୍ନ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମ ସାର୍ଥକ ହେବ । ଶତ୍ରୁ ଦମନ କରି ଆଶ୍ୱସ୍ତ ଏବଂ ମାନସିକ ଅଶାନ୍ତି ଦୂର ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ବିଛା – ସ୍ଥିରଚିତ୍ତ, ଧୀର ବୁଦ୍ଧିର କାର୍ଯ୍ୟ କରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିଛି । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ଧନୁ – ଆଳସ୍ୟ ଅନୁଭବ କରିପାରନ୍ତି । ଅର୍ଥର ଆବଶ୍ୟକତା ଉପଲବ୍‌ଧି କରିବେ । ସାହସୀ ଓ କୁଶଳୀ ହେବେ । ଦାତା,ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି । ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମକର – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ଏବଂ ନୂଆ ବନ୍ଧୁ ଜୁଟି ପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

କୁମ୍ଭ – କେହି ଆପଣଙ୍କ ଗତିପଥ ଅବରୋଧ କରିବାକୁ ଉଦ୍ୟମ କରିବେ । ସବୁ ବାଧାବିଘ୍ନ ଏଡାଇ ଆଗକୁ ବଢି ପାରନ୍ତି । ନୀତିନିଷ୍ଠ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ । କଥାବାର୍ତ୍ତା ମଧୁମୟ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ମୀନ – ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଉତ୍‌-ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.