ମାର୍ଚ୍ଚ ୧୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 19, 2020 IST

ମେଷ – ସେବକ ମନୋଭାବ ପୋଷଣ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନରେ ସକ୍ଷମ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ଶୁଭ କାର୍ଯ୍ୟ ବର୍ଜନୀୟ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ଧନଶାଳୀ ହେବାର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମିଥୁନ – ନିଜ ବୁଦ୍ଧିବଳରେ କରିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ କରଣୀୟ । ଆନନ୍ଦ ଉପଭୋଗ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

କର୍କଟ – ମନସ୍କାମନା ପୂରଣ ହେବ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଉତ୍‌-ଫୁଲ୍ଲିତ ହେବେ । ଶୁଭ କାର୍ଯ୍ୟ ପାଇ ସମୟ ଟିକେ ଖରାପ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ସିଂହ – ପଢା-ପଢିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତମ ମିତ୍ର ପୁତ୍ରାଦି ଲାଭ କରିପାରନ୍ତି । ଅସତ୍ କାର୍ଯ୍ୟରେ ବ୍ୟୟ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

କନ୍ୟା – କଳହ ଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ନାନାବିଧ ସୁଖର ଅଧିକାରୀ ହେବେ । ବନ୍ଧୁ ଓ ଜନସାଧାରଣଙ୍କ ତରଫରୁ ସ୍ନେହ-ଶ୍ରଦ୍ଧା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ତୁଳା – ଘାତଚନ୍ଦ୍ର ଭୋଗ ହେତୁ ଯାନ ବାହନ ଚଳାଚଳ, ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ସତର୍କ ରହିବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରିପାରନ୍ତି । ଠାକୁର ଦର୍ଶନର ସୁଯୋଗ ଅଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ବିଛା – ଦିନଟି ସମସ୍ୟା ବହୁଳ ହୋଇପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ପରାକ୍ରମୀ ହେବେ । ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଧନର ଅଧିକାରୀ ହେବେ । ଭୋଗ-ବିଳାସ କରିପାରନ୍ତି । ବୁଝି-ବିଚାରି କାର୍ଯ୍ୟ କଲେ ଉନ୍ନତମାନର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଧନୁ – ଶାସ୍ତ୍ରପଟୁ, ସୁବର୍ଣ୍ଣାଦିଯୁକ୍ତ, ସୁନ୍ଦର ସ୍ୱରୂପ, ରାଜବଂଶ ପୂଜିତ ଓ ଗୁଣଜ୍ଞ ହେବେ । ଅର୍ଥ ମିଳିବ । ସୁଖଭୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମକର – ଭଲ-ମନ୍ଦ ମିଶ୍ରିତ ଫଳ ମିଳିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁଁ ଭଲ । ପ୍ରିୟଭାଷୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

କୁମ୍ଭ – ମିଳିଥିବା ସୁଯୋଗକୁ ହାତଛଡା କରିବେ ନାହିଁ । ତା’ର ସଦୁପଯୋଗ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମୀନ – କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ତ୍ତବ୍ୟନିଷ୍ଠ ହେବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.