ମେଷ– ପର ଚର୍ଚ୍ଚା କରିପାରନ୍ତି । ସାମାନ୍ୟ ଦେହ ପୀଡା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୭ ।
ବୃଷ– ପ୍ରୀତି ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।ଉପକାରୀ ବନ୍ଧୁମାନଙ୍କ ସାନ୍ନିଧ୍ୟ ମିଳିବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ମିଥୁନ – କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି । ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ବହୁ ଶୁଭ ଫଳରେ ଆଶାୟୀ ହୋଇପାରନ୍ତି । ଆର୍ଥିକ ସ୍ଥିତି ମଜଭୂତ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।
କର୍କଟ–ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢିବେ । ମନ ସ୍ଥିର କରି କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ସିଂହ –କୃଷି କାର୍ଯ୍ୟଲାଭ ଦେୟ ହେବ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ବିଶ୍ୱାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
କନ୍ୟା– ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ତୁଳା–ଆଳସ୍ୟ ପରାୟଣ ହୋଇପାରନ୍ତି । କାର୍ଯ୍ୟ ବିଳମ୍ବିତ ହୋଇପାରେ । ବନ୍ଧୁଙ୍କ ଉପରେ ସନ୍ଦେହ ଆରୋପ କରିପାରନ୍ତି । ଗୁଣବାନ୍ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ବିଛା–ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ କିମ୍ବା ସରକାରୀ ସାହାଯ୍ୟ ପାଇ ଲାଭବାନ୍ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ଧନୁ – ଆଶାବାଦୀ ହୋଇପାରନ୍ତି । ପାରିବାରିକ ଶାନ୍ତି ମିଳିବ । ବିଭିନ୍ନ ଦିଗରୁ ସାହାଯ୍ୟ ମିଳିପାରେ । ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । ଖର୍ଚ୍ଚାନ୍ତ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୯ ।
ମକର– ଆୟ ପରିମାଣ ବୃଦ୍ଧି ପାଇବ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
କୁମ୍ଭ -ପରିଶ୍ରମ ମୂଲ୍ୟାଙ୍କନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି ।ସରକାରୀ ଅର୍ଥ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
ମୀନ – ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । କର୍ମକୁଶଳତା ପ୍ରକାଶ ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭୋଗବିଳାସରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।