୧ ନଭେମ୍ବର, ଗୁରୁବାର
1/11/2018 at 9:34 AM

ମେଷ – ଚାପରେ ପଡି କାର୍ଯ୍ୟ କରିପାରନ୍ତି । ତଥାପି ସଫଳତା ମିଳିବ । ସୁଚେଷ୍ଟା ଫଳଦାୟକ ହେବ । ଉନ୍ନତିର ମାର୍ଗ ଉନ୍ମକ୍ତ ରହିଛି ।
ବୃଷ – ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଲୋକଗ୍ରସ୍ତ ହୋଇପାରନ୍ତି । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟକ୍ଷେତ୍ରରେ ତତ୍ପରତା ବୃଦ୍ଧି ପାଇବ ।
ମିଥୁନ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବନ୍ଧୁ ଶୁଭଫଳ ଆଶା କରାଯାଏ । ରୋଜଗାର ଆଶାନୁରୂପ ହେବ ।
କର୍କଟ- ସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ । ଏହି କାର୍ଯ୍ୟରେ ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମିଷ୍ଟଭାଷୀ ହେବେ ।
ସିଂହ – ଜଞ୍ଜାଳମୁକ୍ତ ହେବେ । କର୍ମକ୍ଷେତ୍ରରେ ଓ ସାଧାରଣରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ ।
କନ୍ୟା – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । କିର୍ତ୍ତିମାନ ହୋଇପାରନ୍ତି । ପାରିବାରିକ କାର୍ଯ୍ୟ କଳାପାରେ ସନ୍ତୁଷ୍ଟ ହେବେ ।
ତୁଳା – ପରୋପକାରୀ ହୋଇପାରନ୍ତି । ଯଶସ୍ୱୀ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।
ବିଛା – ବ୍ୟବସାୟ ଲାଭଜନକ ହେବ । ସୁଖହାନି ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି ।
ଧନୁ – କାର୍ଯ୍ୟରେ ସଫଳତା ମିଳିବ । ନୂଆ ବନ୍ଧୁ ଉପରେ ବିଶ୍ୱାସ ସ୍ଥାପନ କଲେ ଉନ୍ନତି ପଥରେ ଆଗକୁ ବଢିବେ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆଦର, ସମ୍ମାନ ମିଳିବ ।
ମକର – ବିପଦରୁ ସାମ୍ନା କରିପାରନ୍ତି । ଦୁର୍ବଳ ମାନସିକତା ନେଇ ବିବାଦ ଭିତରେ ନ ପଶିବା ଭଲ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ ।
କୁମ୍ଭ – କାର୍ଯ୍ୟ କ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ପ୍ରିୟ ବନ୍ଧୁଙ୍କ ହିତାକାଙ୍କ୍ଷୀ ହୋଇପାରନ୍ତି । ବିଶିଷ୍ଟି ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ ।
ମୀନ – କାର୍ଯ୍ୟ ଯେତେ ଜଟିଳ ହେଲେ ବି ତାହା ଆପଣଙ୍କ ପକ୍ଷେ ସରଳ, ସୁଗମ ହେବ । ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ । କୃଷି କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ ।