Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ମାର୍ଚ୍ଚ ୧୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/03/2020 at 6:47 AM

ମେଷ – ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ବନ୍ଧୁ ବର୍ଗରୁ ସହ-ଯୋଗ ମିଳିବ। କର୍ମ କ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । ଦେବାଦେବୀ ପୂଜାରେ ମନ ବଳାଇବେ । ଯାନବାହନ ଆଦିରେ ସାଧାରଣ ସତର୍କତା ଆବଶ୍ୟକ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ବୃଷ – ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ସରକାରୀ ସ୍ତରରେ ପ୍ରାପ୍ୟ କିଛି ଥିଲେ ତାହା ହାତକୁ ଆସିବ । ଦୂର ଯାତ୍ରାରେ ସଫଳତା ମିଳିବ । ଧର୍ମ କାର୍ଯ୍ୟରେ ବ୍ୟୟ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମିଥୁନ – ପୀଡା କିମ୍ବା ସ୍ନାୟବିକ ଦୁର୍ବଳତା ଭୋଗ ହେବ । ନିରପେକ୍ଷ ମତାମତ ଦେଇ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ଗୃହ ନିର୍ମାଭାଦି କର୍ମ ତ୍ୱରାନ୍ୱିତ ହେବ । ଶୁଭ କାର୍ଯ୍ୟ ସଂପାଦନ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

କର୍କଟ – କର୍ତ୍ତବ୍ୟ ପରାୟଣ ହେବେ । ମାନସିକ ଶାନ୍ତି ସନ୍ତୋଷ ମିଳିବ । ସରକାରୀସ୍ତରରୁ ନିଶ୍ଚିତତାର ସୂଚନା ପାଇବେ । ପୁରାତନ ରୋଗପୀଡାର ଆଶଙ୍କା କମ୍ ହେବ । ଯାନବାହନ କ୍ରୟ ବିକ୍ରୟରେ ଲାଭବାନ୍ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ସିଂହ – କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ପରିବାରରେ ଶାନ୍ତି ଅବ୍ୟାହତ ରହିବ । ମନୋବଳ ଦୃଢ ହେବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଦୂରଯାତ୍ରା ହିତକର ନୁହେଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

କନ୍ୟା – ଆୟ ଠାରୁ ବ୍ୟୟର ପରିମାନ ଅଧିକ ହେବ । ମାନସିକ ପରିତୃପ୍ତି କମ୍ ପାଇବେ । ସନ୍ତାନ ସନ୍ତତି ଚିନ୍ତା ବଢାଇ ପାରନ୍ତି । ଭୂମି ଜମି ଜମା ସଂପର୍କୀୟ କିଛି ଝାମେଲା ଆସିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ତୁଳା – ଦେହ ଅସୁସ୍ଥ ରହିବ । ଦୂର ଯାତ୍ରାରେ କ୍ଷତି ଯୋଗ ରହିଛି । ମାନସିକ ସ୍ଥିତି ମଧ୍ୟ ଅସ୍ଥିର ରହିବ । ଆତ୍ମ ନିର୍ଭରଶୀଳ ହେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସତ ପରାମର୍ଶ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ୬ ।

ବିଛା – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି ଆଜି । ସମୟ ଶୁଭ କାରକ ହେବ । ବିବାଦମାନ ସ୍ଥିତି କ୍ରମେ ଦୂରେଇବ । ଆଦର ସମ୍ମାନ ପାଇବେ । ଆୟ ଆଖିଦୃଶିଆ ହେବ । ଦୂର ଯାତ୍ରାରେ ସଫଳ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ – ସଦା ସର୍ବଦା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜକୁ ନିୟୋଜିତ ରଖିବେ । ମନରେ ଉତ୍ସାହ ବଢିବ । ଦୂର ଭ୍ରମଣ ଯଥା ସମ୍ଭବ ସଂକୁଚିତ କରିବା ଭଲ । ବିଳାସ ଉପକରଣ କ୍ରୟ କରିବାରେ ବ୍ୟୟ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ମକର – ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳଦାୟକ ହେବ । ତୀର୍ଥ ଦର୍ଶନ, ପରୋପକାର, ଆଦର, ସମ୍ମାନ, ଅଭ୍ୟର୍ଥନା, ବନ୍ଧୁ ମିଳନ ଓ କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ । ଅପରାହ୍ନ ଠାରୁ ସମୟ କିଛି ପ୍ରତିକୂଳ ଫଳ ଦେଇପାରେ । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୨ ।

କୁମ୍ଭ – ଅଶୁଭ ସମୟ ଭୋଗ ହେବ ଘାତଚନ୍ଦ୍ର ହେତୁ । କର୍ମକ୍ଷେତ୍ରରେ ନିରପେକ୍ଷ ରହିଲେ ବହୁ ଅସୁବିଧାରୁ ମୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ମିଳିବ । ଲକ୍ଷ୍ୟ ପୂରଣ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମୀନ – ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । କର୍ମ କ୍ଷେତ୍ରରେ ବିଳମ୍ବ, ଆଶା ବିଫଳ ଧର୍ମ କାର୍ଯ୍ୟରେ ଋଚି, ସାମାଜିକ ପ୍ରତିଷ୍ଠା ଓ ଆୟ ବଢିବାର ସମ୍ଭାବନା ଅଧିକ । ବନ୍ଧୁମାନେ ବିରୁଦ୍ଧାଚରଣ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

   Related Posts