ମାର୍ଚ୍ଚ ୧୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
14/03/2020 at 6:50 AM

ମେଷ – ଆଜି ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ ମନ ମୁତାବକ କାମ କରିବାରେ ବିଫଳ ହେବେ । ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇ ଖୁସି ରହିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ବୃଷ – ଧନସ୍ଥ ରାହୁ ଓ ଧନାଧିଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି । କର୍ମ କ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।
ମିଥୁନ – ଧନାଧିପ ସପ୍ତମ ଭାବସ୍ଥ ପ୍ରଭାବରେ ଋଣ ପରିଶୋଧ କରିବା ସକାଶେ କିମ୍ବା ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇ ପାରନ୍ତି । କର୍ମକ୍ଷେତ୍ର, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବନି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
କର୍କଟ – ଚନ୍ଦ୍ର ପାପଗ୍ରହଙ୍କ ପ୍ରଭାବରୁ ମୁକ୍ତ ଯୋଗୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ କିନ୍ତୁ ଅଶ୍ଳେଷା ନକ୍ଷତ୍ର ଯୋଗୁ କର୍ମବ୍ୟସ୍ତତା ବୃଦ୍ଧି ପାଇପାରେ । ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ସିଂହ – ସୁଯୋଗ ଅଭାବରୁ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖା ଦେଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କନ୍ୟା – ଧନ ସ୍ଥାନକୁ ଧନାଧିପତି ଦେଖୁଥିବାରୁ ହଠାତ୍ ଆଜି ବହୁତ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଘରେ ଆସି ଟଙ୍କା ଦେଇଯିବ । ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
ତୁଳା – ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କର ସମସ୍ତ ଆଶା ଓ କାମନା ପୂର୍ଣ୍ଣତା ଲାଭ କରିବ । ଆଇନର ସହାୟତା ନେଇ ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ୨ ।
ବିଛା – ଅଷ୍ଟମାଧିପତି ନବମ ଭାବରେ ରହି ଆପଣଙ୍କ ଉଦ୍ୟମ ଓ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି । ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଚାପ ବଢିଯିବା କାରଣରୁ ବ୍ୟସ୍ତତା ବଢି ଯାଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ଧନୁ – ରାହୁ ଓ ରାଶିରେ ପାପଗ୍ରହ ପ୍ରଭାବରେ ବିଭିନ୍ନ ପ୍ରକାରର ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ ।ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜ ସ୍ଥାନରେ ବେଶ୍ ଖୁସୀ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
ମକର – ଶନି ଓ ଚନ୍ଦ୍ରଙ୍କ ସ୍ଥିତି କାରଣରୁ ଆପଣ ଭାବୁଥିବା ଗୋଟିଏ କଥା କହିଲା ବେଳକୁ ତାହା ଓଲଟା ହୋଇ ଯାଇପାରେ । ଫଳରେ ବନ୍ଧୁଙ୍କ ସହ ବିତର୍କଜନିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
କୁମ୍ଭ – ଷଷ୍ଠାଧିପ ସପ୍ତମ ଭାବସ୍ଥ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମଗୁଡିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସୂଚନା ରହିଛି । ପରିବାରରେ କାହାର ସ୍ୱାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ମୀନ – ଚତୁର୍ଥ ଭାଗରେ ରାହୁ ଥିବାରୁ ଷରୋଇ କ୍ଷେତ୍ରରେ ଆତ୍ମୀୟମାନେ କେତେକ କାରଣରୁ କେନ୍ଦ୍ରକରି ବିଶ୍ୱାସଘାତକତା କରିପାରନ୍ତି । ଶୁକ୍ରଙ୍କ ଧନ ଭାବ ସଂସ୍ଥାନରୁ ଅର୍ଥ ଲାଭ ସହ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।