ମାର୍ଚ୍ଚ ୧୩ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 13, 2020 IST

ମେଷ – ମିତ୍ର ଲାଭର ସୂଚନା ମିଳୁଛି । ନିର୍ଭୀକ ଭାବେ କାର୍ଯ୍ୟ କରି ଚାଲିବେ । ଚିନ୍ତାଧାରା ଉନ୍ନତମାନର ହେବ । ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଉନ୍ନତିକର କାର୍ଯ୍ୟରେ ଧନ ନିୟୋଜିତ କରିପାରନ୍ତି । ସୁଖୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ବୃଷ – ମନ୍ତ୍ରଣାଦାତା ଓ ଶତ୍ରୁଦମନରେ ସଫଳ ହେବେ । ସର୍ବ ସୁଖ ମିଳିପାରେ । ନୀତିବାଦୀ ଓ ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମିଥୁନ – ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡିବ । ପରଚର୍ଚ୍ଚାରୁ ବିରତ ହେବା ଉଚିତ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍ୟାନୁରାଗୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କର୍କଟ – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମତୃପ୍ତି ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ବିଶେଷ ଲାଭବାନ୍ ହେବେ । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ସିଂହ – ଆର୍ଥିକ ସମସ୍ୟା ଯୋଗୁଁ ଅର୍ନ୍ତଦ୍ୱନ୍ଦ୍ୱ ଉପୁଜି ପାରେ । ଉଚ୍ଚ ଆଶା ଫଳବତୀ ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସକଳଗୁଣର ଆଧାର ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

କନ୍ୟା – ଦିନଟି ଆନନ୍ଦଦାୟକ ହେବ । ଆଦର ମିଳିବ । ସମ୍ମାନିତ ଓ ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନ ଯୁକ୍ତ ହେବେ । ଚଞ୍ଚଳମନା ହୋଇ ପ୍ରତ୍ୟେକ କାର୍ଯ୍ୟ ଶ୍ରୀଘ୍ର ଶେଷ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ତୁଳା – ସାହାର୍ଯ୍ୟ ପାଇବା ସହିତ ସମ୍ମାନିତ ହେବେ । ଅଧିକ ରୋଜଗାରକ୍ଷମ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ବିଛା – ଖର୍ଚ୍ଚାନ୍ତ ଯୋଗ ଅଛି । ଯାନବାହନ ଯୁକ୍ତ ହୋଇପାରନ୍ତି । ରାଜପୂଜିତ ଓ ପରାକ୍ରମଶାଳୀ ହେବେ । ବିବାଦୀୟ ବିତର୍କ ଶୁଣିବେ, ମାତ୍ର ଭାଗ ନେବେ ନାହିଁ । ସକଳ ଗୁଣଯୁକ୍ତ ଓ ସୁଖୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ଧନୁ – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଆୟ ପରିମାନ ବୃଦ୍ଧି ପାଇବ । ଉପୁଜିଥିବା ସମ୍ୟାର ସମାଧାନ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଚିନ୍ତାଧାରା ବିକାଶୋନ୍ନୁଖୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ମକର – ଶ୍ରମ ସାର୍ଥକ ହେବ । ଆନନ୍ଦ,ଉତ୍ସବ ଲାଗି ରହିବ । ଧୈର୍ଯ୍ୟବାନ୍ ହେବେ । ମନ ପ୍ରସନ୍ନ ରହିବ । ସୁଖ-ଶାନ୍ତି ପାଇଁ ପୂଜାର୍ଚ୍ଚନା କରିପାରନ୍ତି । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତି, ସନ୍ତୋଷ ଓ ବହୁ ବିଧ ଧନ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କୁମ୍ଭ – ମିଳିଥିବା ସୁଯୋଗକୁ ହାତ ଛଡା କରିବେ ନାହିଁ । ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ମୀନ – ସୁଯୋଗକୁ କରାୟତ୍ତ କରିବାକୁ ପଡିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସାମାନ୍ୟ ଶାରିରୀକ କ୍ଳେଶ ଭୋଗ କରିପାରନ୍ତି । ଉଚ୍ଚ ସ୍ଥାନ ଆରୋହଣ ଓ ଯାନବାହନରେ ସତର୍କ ରହିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.