ମାର୍ଚ୍ଚ ୧୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 10, 2020 IST

ମେଷ – ପ୍ରତ୍ୟେକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ବୃଷ – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ, ପ୍ରେମୀ ଓ ବୁଦ୍ଧିମାନ୍ ଏବଂ କୃଷି କର୍ମକାରୀ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମିଥୁନ – ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ସାନଭାଇମାନଙ୍କ ଠାରୁ ଆଦର ଭକ୍ତି ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କର୍କଟ – ପରମ ସୌଭାଗ୍ୟଶାଳୀ ହେବେ । ପ୍ରବାସୀ, ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ବ୍ୟବସାୟରୁ ଅଧିକ ଧନ ମିଳିପାରେ । ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ସିଂହ – ସର୍ବଶକ୍ତିମାନ୍ ହୋଇପାରନ୍ତି । ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନ ପ୍ରାପ୍ତ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ଧନ ସମ୍ପଦ ଭରପୂର ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କନ୍ୟା – ଚଞ୍ଚଳମନା ଓ ସ୍ନେହ ବୋଳା କଥା କହି ପରକୁ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି । ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ଶୁଭ ଯୋଗ ଅଛି । ସୁସ୍ଥ ଓ ନୀରୋଗ ଶରୀରଯୁକ୍ତ ଏବଂ ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳମନା ପାଇଁ ଅସୁବିଧାରେ ପଡିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ବିଛା – କର୍ତ୍ତବ୍ୟନିଷ୍ଠ ଓ ଦୟାଳୁ ସ୍ୱଭାବର ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିପାରନ୍ତି । ନିଜ ପରିବାର ପ୍ରତି ସ୍ନେହ ଭାବ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଧନୁ – ଜନମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସାହସୀ, ସମ୍ପତ୍ତିବାନ୍ ଓ ଉଦ୍ୟୋଗୀ ହେବେ । ଶୁଭ ରଙ୍ଗ ଲାଇଟ୍ ପିଙ୍କ୍ । ଶୁଭ ଅଙ୍କ ୪ ।

ମକର – ସମ୍ମାନିତ ଓ ଖର୍ଚ୍ଚାନ୍ତ ହୋଇପାରନ୍ତି । ପରିସ୍ଥିତିରେ ପଡି ଈର୍ଷା ପରାୟଣ ହେବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଗାଡି ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

କୁମ୍ଭ  – ଅସାଧ୍ୟ ସାଧନ କରି ପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ବେଳେବେଳେ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମୀନ – ଯୋଗାଯୋଗ ଶୁଭଦାୟକ ହେବ । ଭାଇମାନଙ୍କ ପ୍ରତି ସ୍ନେହ,ଶ୍ରଦ୍ଧା ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ଏବଂ ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇ ସମ୍ମାନିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.