ମାର୍ଚ୍ଚ ୯ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 09, 2020 IST

ମେଷ – ରାହୁଙ୍କ ଯୋଗୁଁ ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବ । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବୃଷ – ଆଜି ରବି ଓ ଚନ୍ଦ୍ର ତଥା ଶୁଭତ୍ୱ ପ୍ରଭାବରେ ଆର୍ଥିକ ଦିଗରୁ, ବନ୍ଧୁ ସହଯୋଗରୁ, ରୋଗପୀଡା ଉପଶମରୁ ମନ ଖୁସୀ ହୋଇଯିବ । ପୁଷ୍ୟା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମିଥୁନ – ରାହୁ ଯୋଗୁ ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ଏବଂ ଆଜି ଆପଣଙ୍କର ଭାଇ,ବନ୍ଧୁ କିମ୍ବା ପଡୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

କର୍କଟ – ଆଜି ରବି ଓ ଚନ୍ଦ୍ର ଶୁକ୍ରଙ୍କ ଶୁଭତ୍ୱ ପ୍ରଭାବରେ ଆର୍ଥିକ ଦିଗରୁ, ବନ୍ଧୁ ସହ ଯୋଗର ପାଇବେ । ରୋଗପୀଡା ଉପଶମରୁ ମନ ଖୁସୀ ହୋଇଯିବ । ପୁଷ୍ୟାନକ୍ଷତ୍ର ବ୍ୟକ୍ତି ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ଚନ୍ଦ୍ର ଦ୍ୱାଦଶ ସ୍ଥାନରେ ଥିବାରୁ କୌଣସି ଏକ ଜରୁରୀ କାମରେ ହଠାତ୍ ବାହାରକୁ ଯିବାକୁ ପଡିପାରେ । କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ କିନ୍ତୁ ପରିବାରରେ ମତଭେଦର ଆଶଙ୍କା ରହିଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

କନ୍ୟା – ବୁଧ ରାଶିରେ ଷଷ୍ଠସ୍ଥାନସ୍ଥ ଯୋଗୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ଏବଂ ଋଣ ପରିଶୋଧ ପାଇଁ ଚାପର ସମ୍ମୁଖୀନ ହେବେ । ଗତକାଲି ଠାରୁ ଆପଣ ଯେଉଁଥି ପାଇଁ ଚିନ୍ତିତ ରହିପାରନ୍ତି, ସେଥିରେ ସଫଳତା ଅବଶ୍ୟ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ତୁଳା – ଶୁକ୍ରଙ୍କ ଶୁଭ ଦୃଷ୍ଟିରୁ ଦୈହିକ ଏବଂ ମାନସିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁମାନଙ୍କ ଜରିଆରେ କାମ ହାସଲ ସକାଶେ ଆଲୋଚନା କରିପାରନ୍ତି । ସରକାରୀ ସ୍ତରର କାମ, ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାହାର୍ଯ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ୭ ।

ବିଛା – ଭାଗ୍ୟସ୍ଥାନରେ ଚନ୍ଦ୍ର ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ । ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍ ରହିଲେ କ୍ଷତିରେ ପଡିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ଧନୁ – ଆତ୍ମୀୟମାନଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବାର ଆଶା କରାଯାଇପାରେ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିବ । ଧନଭାବସ୍ଥ ଶନି ପ୍ରଭାବରେ ପୈତୃକ ସମ୍ପତିକୁ କେନ୍ଦ୍ର କରି ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମକର – ଶାରିରିକ ଅସୁସ୍ଥତା ଦୂର ହେବା ସହ ବନ୍ଧୁମିଳନରୁ ଖୁସୀ ହେବେ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନଚେତ୍ ଅଦଳବଦଳ ହୋଇଯାଇପାରେ । ଶୁକ୍ରଙ୍କ ଶୁଭ ସ୍ଥିତିରୁ ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

କୁମ୍ଭ – ରବି ନିଜ ରାଶିରେ ସପ୍ତମଭାବକୁ ଅବଲୋଚନ କରୁଥିବାରୁ ଦୈହିକ ସୁସ୍ଥତା ଓ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗ ଲାଭ କରିବେ । ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ମୀନ – ଧନସ୍ଥାନରେ ଶୁକ୍ର ରହିଥିବାରୁ ଆଜି ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକମାନଙ୍କ ସାହାର୍ଯୟ ଅବିସ୍ମରଣୀୟ ରହିବ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ପରିଜନଙ୍କ ସହ ଦୂର ଯାତ୍ରାର ସୁଯୋଗ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.