Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମାର୍ଚ୍ଚ ୮ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/03/2020 at 6:42 AM

ମେଷ – ଯେତେ ବାଧା-ବିଘ୍ନର ସମ୍ମୁଖୀନ ହେଲେ ବି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ର ପ୍ରଗତିର ସୋପାନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହୋଇପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ବୃଷ – ଆଶା କରୁଥିବା ଦ୍ରବ୍ୟ ହସ୍ତଗତ ହୋଇପାରେ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢିବେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମିଥୁନ – ଗୃହରେ ଶାନ୍ତିର ସୃଷ୍ଟି ଏବଂ ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନ୍‌ୁରୂପ ହେବ । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ନୂଆ ବନ୍ଧୁଙ୍କ ସହାୟତା ମିଳିବ । ସୁସ୍ଥ ରହିବେ । ଗୁଣଜ୍ଞ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କର୍କଟ – ଆର୍ଥିକ ସମସ୍ୟା ଘେନି ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟ ବିଳମ୍ବିତ ହେବ । ଶୁଭକାର୍ଯ୍ୟରେ ବ୍ୟୟ ହୋଇପାରେ । ଜନସାଧାରଣଙ୍କ ମନ କିଣି ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ଆୟ ବୃଦ୍ଧିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଚଞ୍ଚଳମନା ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଦିନ ବିତାଇବାକୁ ପଡିବ । ସୁଖ, ସମୃଦ୍ଧିର ସୂଚନା ମିଳୁଛି । ପ୍ରତିଯୋଗିତାରେ ବିଜୟ ଲାଭ କରିବେ । ଯଶସ୍ୱୀ ହେବେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ତୁଳା – ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି । ଜନୈକା ମହିଳାଙ୍କ ଦ୍ୱାରା ବିଶେସ ଉପକୃତ ହେବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ୩ ।

ବିଛା – ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡିବ । ସୁଖ ସମ୍ପଦ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁଘାତୀ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ପରକୁ ଆପଣାର କରି କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଧନୁ – ସୁଖ-ସନ୍ତୋଷ ଲାଭ କରିବେ । ବନ୍ଧୁମାନଙ୍କ ସହାୟତା ଓ ସମର୍ଥନ ପାଇ ଅସାଧ୍ୟ ସାଧନ କରିପାରନ୍ତି । ବ୍ୟବସାୟ ଶୃଙ୍ଖଳିତ ହେବ । ଦାନ-ଧର୍ମରେ ଦୀକ୍ଷିତ ଓ ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମକର – ଶତ୍ରୁର ଆଚରଣ ଆପଣଙ୍କୁ କ୍ରୋଧିତ କରିପାରେ । ଚିନ୍ତା ଦୂର ହେବ । ଗୁରୁକୃପା ଲାଭ କରି ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ । ବଳବାନ୍ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କୁମ୍ଭ – କାର୍ଯ୍ୟ କରିବା ପୂର୍ବରୁ ବିଚାର ଆଲୋଚନା ଆବଶ୍ୟକ ହେଉଛି । ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ପ୍ରଚୁର ଧନ ମିଳିବ । ଜନସାଧାରଣଙ୍କ ମନ କିଣି ପାରନ୍ତି । ଚକ୍ଷୁ ପୀଡା ଉପୁଜି ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମୀନ – କେତେକ କ୍ଷେତ୍ରରେ ବାଦାନୁବାଦ ଦେଖା ଦେଇପାରେ । କୃଷି ଉପରେ ବିଶେଷ ନଜର ରଖି ପାରନ୍ତି । ମିଷ୍ଟଭାଷୀ ହେବେ । ଯାନବାହନ ସୁଖ ମିଳିବ । ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

   Related Posts