ମାର୍ଚ୍ଚ ୭ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 07, 2020 IST

ମେଷ – ରାଜଯୁକ୍ତ ଚନ୍ଦ୍ରଜନିତ ପାରିବାରିକ ଓ କର୍ମ କ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହି ନ ପାରେ । ଦ୍ୱିଜା ନକ୍ଷତ୍ର ସକାଶେ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ବୃଷ – ଶନି ଓ ରବିଙ୍କ ପାରଷ୍ପରିକ ଶତ୍ରୁଜନିତ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା ସହ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ମିଥୁନ – ସପ୍ତମସ୍ଥ କେତୁ ଯୁକ୍ତ ବୃହସ୍ପତି ହେତୁ ଯାତ୍ରାରେ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପାରେ । ଇଚ୍ଛାନୁଯାୟୀ କେତେକ କାମ ସକାଶେ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

କର୍କଟ – ଦ୍ୱାଦଶସ୍ଥ ଗ୍ରହଜନିତ ଆଜି ଆର୍ଥିକ ସ୍ଥିତି ବହୁତ ଭଲ ରହିବ କିନ୍ତୁ ଦୂରଯାତ୍ରା ସହ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯାହା ଦ୍ୱାରା ଦ୍ୱନ୍ଦ୍ୱରେ ପଡି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ସିଂହ – ରବି ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ସମସ୍ୟା ଆସିଲେ ମଧ୍ୟ ଆପଣ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । ମାଲିମୋକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କନ୍ୟା – ଆଜି ଆପଣଙ୍କ କାମ ସକାଶେ ବନ୍ଧୁମାନଙ୍କ ସାହାର୍ଯ୍ୟ ଓ ସହ ଯୋଗରୁ ଉତ୍ସାହିତ ହେବେ । ବୁଝାମଣା ଠିକ୍ ନ ରହିବା କାରଣରୁ କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ତୁଳା – ନିଜର ସମସ୍ୟା ବିଷୟରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି । ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଦେଖାଦେଇପାରେ । ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶୁଭ ରଙ୍ଗ ପିଚ୍ । ଶୁଭ ୫ ।

ବିଛା – ଅଷ୍ଟମାଧିପତି ଚତୁର୍ଥସ୍ଥ ହେତୁ ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ନୀଚ ସଂସର୍ଗକୁ ଦୂରେଇ ରହିବା ଭଲ । ସାହିତ୍ୟ ସ୍ଥଗିତ କାର୍ଯ୍ୟ ଆରମ୍ବ କରିବା ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ଧନୁ – କର୍ମାଧିପ ବୁଧ ସ୍ୱରାଶିରୁ ଷଷ୍ଠସ୍ଥ ଯୋଗୁ ଆଜିର କର୍ମକ୍ଷେତ୍ରରେ ଆଲୋଚନା ଆମୀମାଂସୀତ ରହିପାରେ । ପାରିବାରିକ ,ପ୍ରସାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ମକର – ମଙ୍ଗଳଗ୍ରହ ନିଜ ରାଶି ମେଷରୁ ଅଷ୍ଟମରେ ଥିବାରୁ ଆଜି ସାଧାରଣ କଥାକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହୋଇପାରନ୍ତି । ଅତ୍ୟାବଶ୍ୟକ ଜିନିଷଗୁଡିକୁ ଆଣିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କୁମ୍ଭ – ରାଶିରେ ବୁଧ ଓ ଧନସ୍ଥାନରେ ଶୁକ୍ର ଥିବାରୁ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖପଡୋଶିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ – ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ । ଗତକାଲି ଠାରୁ ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.