Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମାର୍ଚ୍ଚ ୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

5/03/2020 at 6:48 AM

ମେଷ – ଘାତବାର ଥିବାରୁ ଦେବୀ ଦର୍ଶନ ଶୁଭ ଦାୟକ ହେବ । ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚେତାଭାବେ କାର୍ଯ୍ୟ କରିବେ । ବାଣିଜ୍ୟ କାରବାରରେ ଅଧିକ ଲାଭବାନ୍ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ବୃଷ – ମନ ଫୁର୍ତ୍ତି ରହିବ । ସମ୍ମାନିତ ଓ ଭାଗ୍ୟବାନ୍ ହେବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡିବ । ଉନ୍ନତି ମାର୍ଗରେ ଆଗକୁ ବଢି ପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ମିଥୁନ – ବନ୍ଧୁମେଳରେ ସମୟ ବିତାଇ ପାରନ୍ତି । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ଉପୁଜିଥିବା ରୋଜଗାର ଆଶାନୁରୂପ ଓ ସମସ୍ୟାର ସମାଧାନ ହେବ । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କର୍କଟ – ଯାତ୍ରା ପଥ କୁସୁମିତ ହେବ । କର୍ମତତ୍ପର ରହିବେ । ପାରିବାରିକ ସୁଖ ମିିଳିବ । ମନ ପ୍ରଫୁଲ୍ଲ ରହିବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ଉତ୍ତମ ଗୁଣଯୁକ୍ତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ସିଂହ – ପରୋପକାରୀ ହେବେ । ମାନସିକ ଶାନ୍ତି ଅବ୍ୟାହତ ରହିବ । ବିବାଦରେ ବିଜୟୀ ମିଳିପାରେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ଓ ଧନବାନ ହେବେ । ଅପାର ସୁଖ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କନ୍ୟା – ମନ ଅସ୍ଥିର ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଉତ୍ତମ ବଂଶରୁ କନ୍ୟା ଆଣିବାର ସୁଯୋଗ ଅଛି । ସର୍ବ ସୁଖ ମିଳିବା ଆଶା କରାଯାଏ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା –ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି । ବନ୍ଧୁ ମହଲରେ ରହି ଚଳ-ଚଞ୍ଚଳ ହେବେ । ସୁନ୍ଦର, ମୂଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ଦୁଃଖୀରଙ୍କୀଙ୍କ ପାଇଁ ଦୟାର୍ଦ୍ର ଚିତ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ୨ ।

ବିଛା – ବିଭାଗୀୟ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅସହଯୋଗକୁ ଉଡାଇ କର୍ତ୍ତବ୍ୟରତ ହୋଇପାରନ୍ତି । ରାଜପୂଜା ଓ ଆତ୍ମତୃପ୍ତି ମିଳିବ । ଯାନବାହନ ଯୁକ୍ତ ଏବଂ ପରାକ୍ରମଶାଳୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ଧନୁ – ସମ୍ମାନିତ ହେବେ । ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଶାସ୍ତ୍ରପଟୁ ଓ ସୁବର୍ଣ୍ଣଦିଯୁକ୍ତ ହେବେ । ରାଜବଂଶ ପୂଜିତ ହେବା ଆଶା କରାଯାଏ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମକର – ଚୋର ଭୟ ଅଛି । ବ୍ୟୟ ବୃଦ୍ଧି ହୋଇପାରେ । ଚିନ୍ତା ଦୂର ହେବ । ଅପରାହ୍ନରେ ଗୁରୁକୃପା ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଯାନବାହନ ସୁଖର ଅଧିକାରୀ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କୁମ୍ଭ – କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ସକ୍ଷମ ହେବେ । ଧନାଗମର ସୂଚନା ମିଳୁଛି । ଉତ୍ତମ ବସ୍ତ୍ର, ଯାନବାହନ ଲାଭ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ମୀନ – ଆଶାବାଦୀ ହୋଇପାରନ୍ତି । ବହୁ ଶୁଭଫଳ ପାଇବାର ସୂଚନା ମିଳୁଛି । ସଦା-ସର୍ବଦା ହସହସ ମୁଖ ହେବେ । ଶ୍ରେଷ୍ଠ ପଦରେ ଆସୀନ ହୋଇପାରନ୍ତି । ଆଧିପତ୍ୟ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

   Related Posts