ମାର୍ଚ୍ଚ ୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 02, 2020 IST

ମେଷ – ଦୂର ଯାତ୍ରାରେ ଅସଫଳା, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ପୁରାତନ ରୋଗ ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୮ ।

ବୃଷ – ବହୁ ବ୍ୟକ୍ତିଙ୍କ ପାଖରେ ବିରୋଧୀ ଭାବ ଆଚରଣ କରିପାରନ୍ତି । ଅର୍ଥାଗମ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବ ନାହିଁ । ପତିତ ଅର୍ଥ କିଛି ପରିମାଣରେ ମିଳିବ । ଗୃହ ଭୂମି ସମସ୍ୟା ସବୁ ଅଧିକ ଲମ୍ବା ହେବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।

ମିଥୁନ – ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଦିନଟି ଶୁଭଫଳ ଦାୟକ ହେବ । ପରିବାରରେ ବୁଝାମଣାକୁ ସଜାଡି ନେଇ ପାରିବେ । ଲୋକ କଲ୍ୟାଣକର କାର୍ଯ୍ୟରେ ଅଭିରୁଚି ବଢିବ । ପାକକ୍ରିୟା ଜନିତ କେତେକ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

କର୍କଟ – କର୍ମ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । କାର୍ଯ୍ୟଭାର ବଢିବ । ବନ୍ଧୁବର୍ଗରୁ ଅକୁଣ୍ଠ ସାହାର୍ଯ୍ୟ ସହ ଯୋଗ ପାଇବେ । ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ । ଲକ୍ଷ୍ୟ ପୂରଣ କରିବେ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୨ ।

ସିଂହ – ଧର୍ମ ଧାରଣା ବଢିବ । ଅନ୍ତଃକରଣ ପବିତ୍ର ରହିବ । ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ ସଂପର୍କ, କାର୍ଯ୍ୟ ଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

କନ୍ୟା – ପରସ୍ପର ବିରୋଧ ଚିନ୍ତାଧାରା ଲାଗି ରହିବ । ନକରାତ୍ମକ ଚିନ୍ତା ଅଧିକ ଆସିବ । ପିଲାମାନେ ଅବାଧ୍ୟ ହୋଇପାରନ୍ତି । ବୈଷୟିକ କ୍ଷେତ୍ର ସୁଧାରିବାକୁ ଚେଷ୍ଟା କରିବେ । କେତେକାଂଶରେ ସଫଳ ମଧ୍ୟ ହେବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ ।

ତୁଳା – ମାନଯୋଗ ପୂର୍ବକ କାର୍ଯ୍ୟ ସଂପାଦନ କରିବେ । ସାତ୍ତ୍ୱିକ ବାତାବରଣ ମିଳିବ । ଶ୍ରଦ୍ଧା ଓ ପ୍ରତିଷ୍ଠା ପାଇବେ । ସଜ୍ଜନ ସଂପର୍କ, ଅର୍ଥାଗମ, ଲୋକ କଲ୍ୟାଣ କାର୍ଯ୍ୟ ସଂପାଦନ ହେବ । ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୧ ।

ବିଛା – ଦୈହିକ କ୍ଳାନ୍ତି ଅବସାଦ ବଢିବ । ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶ ଗ୍ରହଣ କରିବେ । କର୍ମ ପ୍ରେରଣା ଲାଭ, ଉତ୍ତମ ଭୋଜନ, ପାରିବାରିକ ସୁଖ, ଯାନ ବାହନରେ ବ୍ୟୟ ଓ ଆଇନ ଅଦାଲତରୁ ଶୁଭଫଳ ପାଇପାରନ୍ତି । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

ଧନୁ – ସମସ୍ତଙ୍କର ପ୍ରିୟଭାଜନ ହେବେ । ବୈଷୟିକ କ୍ଷେତ୍ର ବ୍ୟାପକ ହେବ ଓ ଜନାଦୃତି ମିଳିବ । ବସ୍ତ୍ର ଆଭୂଷଣ ପ୍ରାପ୍ତି ଯୋଗ ଦିନର ପ୍ରଥମାର୍ଦ୍ଧରେ ଭୋଗ ହେବ । ପ୍ରତ୍ୟେକ କର୍ମର ଆଶାନୁରୂପ ଫଳ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମକର – କର୍ମ କ୍ଷେତ୍ରରେ ମନୋମାଳିନ୍ୟ ଅଧିକ ରହିବ । କାର୍ଯ୍ୟ ବ୍ୟସ୍ତତା, କିଛି ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ । ମାନସିକ ଭୟ ଓ ଉଦବେଗ ବଢିପାରେ, ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।

କୁମ୍ଭ – ଦୃଢ ମନୋବଳ ନେଇ କାର୍ଯ୍ୟ ଅବ୍ୟାହତ ରଖିବେ । ପାରସ୍ପରିକ ଉତ୍ତମ ବୁଝାମଣା ରହିବ । ସାଧାରଣ କଥାରେ ପ୍ରତିକ୍ରିୟା ପ୍ରକାଶ ନ କରିବା ଲାଭଦାୟକ ହେବ । ଗୁରୁଜନଙ୍କ ଆର୍ଶୀବାଦ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମୀନ – ରକ୍ତ ପ୍ରଦୂଷଣ ସମସ୍ୟା ଆସିପାରେ । ପାରିବାରିକ ବୁଝାମଣା ରହିବ । ଏକାଧିକ କାର୍ଯ୍ୟରେ ହାତ ଦେଇ ହଇରାଣ ହେବେ । ମାନସିକ ଉଦବେଗ, ଅସ୍ଥିରତା ବୃଦ୍ଧି, ଦେବା ଦେବୀ ନିଷ୍ଠା ଅତୁଟ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.