୩୦ ଅକ୍ଟୋବର, ମଙ୍ଗଳବାର

Published By : Prameya-News7 Bureau | October 30, 2018 IST

ମେଷ – ଅଧିକ ଜଞ୍ଜାଳର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଧନାଗମ ହେବାର ସୂଚନା ମିଳୁଛି । ବୃଷ – ଉପାସନା କରିପାରନ୍ତି । ପାରିବାରିକ ସୁଖ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ମଧ୍ୟାହ୍ନ ଭୋଜନ ରୁଚିକର ହେବ । ମିଥୁନ - ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେବା ବୁଦ୍ଧିମାନର କାର୍ଯ୍ୟ ହେବ । ଶୁଭ କାର୍ଯ୍ୟରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । କର୍କଟ- ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନ ମାନିଲା ଭଳି ଫଳ ଲାଭ କରିବେ । ବିବାଦରେ ବିଜୟୀ ହେବେ । ସିଂହ – କର୍ମରେ ଢେର ଉନ୍ନତି ଘଟିବ । ପରୀକ୍ଷା ଫଳଦାୟକ ହେବ । ଆୟ ପରିମାଣ ବୃଦ୍ଧି ପାଇବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । କନ୍ୟା – ବନ୍ଧୁ ମିଳନ ଆନନ୍ଦ ଦାୟକ ହେବ । ପଡୋଶୀଙ୍କ ସହ ସଦ୍ଭାବ ସମ୍ପନ୍ନ ହେବେ । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବରେ,ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ତୁଳା – ଧନକ୍ଷୟ ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସର୍ବାଦୌ କର୍ତ୍ତବ୍ୟ । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । ବିଛା – ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ମନରେ ସେବାଭାବ ଜାଗ୍ରତ ହେବ । ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଧନୁ – ସାଧନାରେ ସିଦ୍ଧି ଲାଭ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ଆପଣଙ୍କ କାର୍ଯ୍ୟ କଳା ପାରେ ବିସ୍ମୟ ପ୍ରକାଶ କରି ଶତ୍ରୁ ଆପଣା ଛାଏଁ ଅପସରି ଯିବ । ମକର – କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ କରିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ଚେଷ୍ଟିତ ହେବେ । କୁମ୍ଭ - ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଉପୁଜି ଥିବା ସମସ୍ୟା ଦୂର ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜ୍ୟୋର୍ତିବିଦ୍ୟା ଉପରେ ଆସ୍ଥା ରହିବ । ମୀନ - ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ । ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ । ସେବା ଭାବନାରେ ଉଦ୍ବୁଧ ହେବେ । ପୂଜାର୍ଚ୍ଚନାରେ ଅନ୍ୟର ମଙ୍ଗଳ କାମନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.