ଫେବୃଆରୀ ୨୬ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 26, 2020 IST

ମେଷ – ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିବେ । ବାକି ପଡିଥିବା ଅର୍ଥ ହାତକୁ ଆସିବ । ନୂତନ ଯୋଜନାକୁ ସଫଳ କାର୍ଯ୍ୟରୂପ ଦେଇ ପାରିବେ । ପରିବାରରେ ଉତ୍ତମ ବୁଝାମଣା ଓ ସହଯୋଗ ଅବ୍ୟାହତ ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବୃଷ – ଉଦ୍‌ଯୋଗ ସିଦ୍ଧି ହେବ । ଗୃହରେ ଅତିଥି ଚର୍ଚ୍ଚା, ସନ୍ତାନ ସୌଖ୍ୟ, ଶତ୍ରୁଭୟ ଓ ପ୍ରତିଯୋଗିତାରେ ବିଜୟୀ ହେବ । ଧର୍ମ କାର୍ଯ୍ୟରେ ନିଷ୍ଠା ରହିବ । କର୍ମ କ୍ଷେତ୍ରରେ ପ୍ରେରଣା ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମିଥୁନ – ଘାତଚନ୍ଦ୍ର ଭୋଗ ହେଉଛି । ସମସ୍ୟା ବଢିବ । ସହଜ ସମାଧାନ ମିଳିବ ନାହିଁ । ବନ୍ଧୁ ବିରୋଧ, ସ୍ୱାଧୀନ ଚିନ୍ତାଧାରାରେ ବାଧା, ଦ୍ରବ୍ୟ ନଷ୍ଟ, ସମ୍ମାନହାନୀ ଓ ଠକ ଚୋର ଭୟ ଆସିପାରେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।

କର୍କଟ – ଦୂର ଯାତ୍ରା ହେତୁ କ୍ଳାନ୍ତି ଅବସାଦ ଆସିବ । କର୍ମ କ୍ଷେତ୍ରରେ ଗତି ମନ୍ଥର ହୋଇପାରେ । ପାରିବାରିକ ସୁଖରେ ବାଧା ନାହିଁ । ଦେହ ଅସୁସ୍ଥ ରହିବ । ଧର୍ମ କାର୍ଯ୍ୟରେ ବ୍ୟୟ କରିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।

ସିଂହ – ଉଚ୍ଚ ବର୍ଗରେ ଲୋକଙ୍କ ସହିତ ସମ୍ପର୍କ ବଢିବ । କେତେକ ସମସ୍ୟାର ସହଜ ସମାଧାନ ମଧ୍ୟ ମିଳି ଯିବ । ପାରିବାରିକ ଜୀବନରେ ବୁଝାମଣାର ଅଭାବ ହେତୁ ଅଶାନ୍ତି ଆସିପାରେ । ପର ଚର୍ଚ୍ଚାରୁ ଦୂରରେ ରହିବା ହିତକର । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

କନ୍ୟା – ସାମାଜିକ ମର୍ଯ୍ୟାଦା ଓ ସମ୍ମାନ ପାଇବେ । ଅର୍ଥାଗମ ହେଲେ ମଧ୍ୟ ସଞ୍ଚୟ ଜମା ବଢିନପାରେ । ବସ୍ତ୍ରାଳଙ୍କାର କ୍ରୟ କରିବେ । ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । କର୍ମ କ୍ଷେତ୍ରରେ ସମ୍ୟକ ବିଚାର ଆବଶ୍ୟକ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୪ ।

ତୁଳା – ଦେହ ସୁସ୍ଥ ରହିଲେ ବି ମାନସିକ ଅସ୍ଥିରତା କମ୍‌ ହେବ ନାହିଁ । ଈଶ୍ୱର ନିଷ୍ଠା ବଢିବ । ଆର୍ଥିକ ସ୍ୱଚ୍ଛଳତା ବଜାୟ ରଖିପାରିବେ । ସଜ୍ଜନ ସମ୍ପର୍କରୁ ଉପକୃତ ହେବାର ସୂଚାନ ଅଛି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୮ ।

ବିଛା – କେତେକ କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । କର୍ମ କ୍ଷେତ୍ରରେ ଅନୁକୂଳ ସ୍ଥିତି ରହିବ । ଭୂମି କ୍ରୟ ପାଇଁ ସଫଳ ଉଦ୍ୟମ ଜାରି ରଖିବେ । ପରିବାର ସହ ଯୋଗୀ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

ଧନୁ – ଅଧ୍ୟାତ୍ମିକ ଚିନ୍ତା ଓ ଚେତନାର ଯଥାର୍ଥ ପରିପ୍ରକାଶ କରିପାରିବେ । ଦେହ ଓ ମନରେ ସୁସ୍ଥ ରହିବେ । ଅର୍ଥାଗମ ଆଶାନୁରୂପ ହେବ । ଲକ୍ଷ୍ୟ ପୂରଣରେ ସମର୍ଥ ହେବେ । ଆକସ୍ମିକ ଶୁଭ ସମ୍ବାଦ ପ୍ରାପ୍ତି ଯୋଗ ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମକର – ଦିନସାରା କର୍ମ ଜଞ୍ଜାଳ ଲାଗି ରହିବ । ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭର ସୂଚନା, ଉତ୍ସବାନୁଷ୍ଠାନ ସମ୍ପର୍କୀତ ହେବେ । ସାଧାରଣ ବ୍ୟୟକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ । କର୍ମ କ୍ଷେତ୍ରରେ ନିଜସ୍ୱ ମତ ଉପରେ ରହିବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୫ ।

କୁମ୍ଭ – ଦୂର ଯାତ୍ରାରେ ସଫଳତା ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ଅନାୟାସରେ କାର୍ଯ୍ୟ ସାଧନ କରିବେ । ଦୈହିକ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ନୂତନ ଚୁକ୍ତି ସମ୍ପାଦନ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମୀନ – ଅଷ୍ଟମ ଚନ୍ଦ୍ର ହେତୁ ଦିନଟି ଅଶୁଭ ଫଳଦାୟକ ହୋଇପାରେ । କାର୍ଯ୍ୟ ଦକ୍ଷତା ହ୍ରାସ ପାଇବ । ଉଦ୍ୟମ ବିଫଳ ଓ ଦୂରଯାତ୍ରାରେ କ୍ଷତିର ଶଙ୍କା ଅଛି । ବନ୍ଧୁ ବର୍ଗରୁ ଉତ୍ସାହ ମିଳିବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.