ଫେବୃଆରୀ ୨୨ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 22, 2020 IST

ମେଷ – ଆଜି ଭାଗ୍ୟସ୍ଥାନରେ ସୌଭାଗ୍ୟପ୍ରଦ ଯୋଗ ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରଦାନ କରିବ । କିନ୍ତୁ ମନାନ୍ତର ଜନିତ ପାରିବାରିକ ଜୀବନରେ ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇପାରେ । ସାମାଜିକ ଓ ରାଜନୈତିକ ସ୍ଥିତି ସନ୍ତୋଷଜନକ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।


ବୃଷ – ରାଶ୍ୟାଧିପ ଏକାଦଶସ୍ଥ ଓ ଭାଗ୍ୟାଧିପ ସ୍ୱଗୃହସ୍ଥ ଯୋଗୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ । କିନ୍ତୁ ପାପଗ୍ରହ ଯୁକ୍ତ ତୃତୀୟାଧିପ କାରଣରୁ କୌଣସି ଜଣେ ହିତୈଷୀ ପାଇଁ ସମସ୍ୟା ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।


ମିଥୁନ – ଦ୍ୱାଦଶସ୍ଥ ରାହୁ ଆପଣଙ୍କୁ ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘସମୟ ରହିବାକୁ ଦେଇ ନ ପାରେ । କିନ୍ତୁ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସକାଶେ ଦିନଟି ଅନୁକୂଳ ରହିବ । ଅଟକି ରହିଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।


କର୍କଟ – ପାପଗ୍ରହ ପ୍ରଭାବରେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଯାତ୍ରା, ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇପାରେ । ଘାତବାର ହେତୁ ବିବାଦ, ପ୍ରତିଦ୍ୱନ୍ଦିତା କିମ୍ବା ଆଲୋଚନାରେ ପରିସ୍ଥିତି ସରଗରମ ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।


ସିଂହ – ରାଶି ପ୍ରତି ବକ୍ରୀବୁଧ ଓ ରବିଙ୍କ ଦୃଷ୍ଟି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଫଳ ପ୍ରଦାନ କରିବ । ଫଳରେ ଯେମିତି ଚାହୁଁଛନ୍ତି ସେପରି କାମ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।


କନ୍ୟା – ଶୁକ୍ରଙ୍କ ସୁପ୍ରଭାବରେ ଅର୍ଥ ଲାଭ, କାର୍ଯ୍ୟ ସିଦ୍ଧିଜନିତ ସଫଳତାରୁ ମନ ଖୁସି ରହିବ । କିନ୍ତୁ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ଆଶା ଅନୁରୂପ ଫଳ ପାଇବାରେ କେତେକ ସାମୟିକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।


ତୁଳା – ଦିନଟିରେ ଯାତ୍ରା, ବାଣିଜ୍ୟ, ସରକାରୀ ସ୍ତରର କାମ, ସଭାସମିତିରେ ଆଲୋଚନା କ୍ଷେତ୍ର ଆପଣଙ୍କ ସକାଶେ ଭଲ ରହିବ । ଆତ୍ମୀୟସ୍ୱଜନଙ୍କ ମାଧ୍ୟମରେ ଅନ୍ୟମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।


ବିଛା – ଗ୍ରହସ୍ଥିତି ଭଲ ହେତୁ ସାମଗ୍ରିକ ଦୃଷ୍ଟି କୋଣରୁ ଆଜି ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ । କିନ୍ତୁ ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁ ସାମୟିକ ସମସ୍ୟା ଉପୁଜିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।


ଧନୁ – ରାଶିରେ ପାପଗ୍ରହଙ୍କ ସମାବେଶ କାରଣରୁ ଚିନ୍ତାଧାରା ବିକ୍ଷିପ୍ତ ରହିବ ତଥାପି କର୍ମକ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇ କାମ ହାସଲ କରିବେ । ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।


ମକର – ରବି ଓ ବୁଧଙ୍କ ପ୍ରଭାବରେ ଆପଣଙ୍କ ଅପ୍ରିୟ ସତ୍ୟକଥା ଓ ବିବାଦୀୟ ଭାବନା ପ୍ରତିକୂଳ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି । ସମସ୍ୟା ଆସିଲେ ମଧ୍ୟ କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।


କୁମ୍ଭ – ବିଶିଷ୍ଟବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ପ୍ରତ୍ୟେକ କାର୍ଯ୍ୟ ସାଧନ କରିବେ । ସାମାଜିକ ଓ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବାରୁ ମନୋବଳ ବଢିଯିବ । ଜମିର ବିବାଦୀୟ ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।


ମୀନ – ତୃତୀୟ ଅଷ୍ଟମାଧିପ ପ୍ରଭାବଶାଳୀ ଶୁକ୍ର ପରିବାର, ଲୋକସମ୍ପର୍କ, ଗୃହ , ଯାନବାହନାଦି କ୍ଷେତ୍ରରେ ବିବାଦୀୟ ସ୍ଥିତି ଉତ୍ପନ୍ନ କରିବେ । ନିଜ କଥାକୁ କଡାକଥାରେ ବ୍ୟକ୍ତ କରିବା ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.