Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଫେବୃଆରୀ ୨୦ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

20/02/2020 at 6:58 AM

ମେଷ– ଦିବ୍ୟ ଅନୁଭୂତିମିଳିବ । ମାନସିକସ୍ତରରେ ଧର୍ମନିଷ୍ଠ ରହିବେ । ପାରିବାରିକ ସୁଖ, ସମୃଦ୍ଧି, ପରୋପକାର, ଅମ୍ଳ, ଅର୍ଶ, ଅଜୀର୍ଣ୍ଣ ଆଦି ଭୋଗପୀଡା ଭୋଗହେବ । ଯାନବାହନ ସୁଖ ପାଇବେ । ଶୁଭରଙ୍ଗ ନୀଳ ।ଶୁଭଅଙ୍କ ୬ ।

ବୃଷ– କ୍ଷମତାସୀନ ବ୍ୟକ୍ତିଙ୍କସହଚର୍ଯ୍ୟା ପାଇବେ । ଗୃହରେ ବନ୍ଧୁ ସମାଗମ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି, ବିବାଦୀୟ କ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ସ୍ଥିରବିଚାରରେ ଗୃହ ସମସ୍ୟାର ଆପୋଷ ସମାଧାନ କରିପାରିବେ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

ମିଥୁନ – ବିନାକାରଣରେ ବିରକ୍ତିଭାବ ବଢିବ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଆସିବ । ଆୟ ଦିଗରେବାଧା ନାହିଁ । ପୁରାତନ ସ୍ୱାସ୍ଥ୍ୟ ସମସ୍ୟା କମ୍‌ ହେବ । ନିର୍ମାଣମୂଳକକର୍ମରେ ଅଗ୍ରଗତି ହୋଇପାରେ । ଶୁଭରଙ୍ଗଧଳା ।ଶୁଭ ଅଙ୍କ ୩ ।

କର୍କଟ–ବୃତ୍ତିରେଉନ୍ନତି, କଥା ଓ କାର୍ଯ୍ୟରେ ସାମଞ୍ଜସ୍ୟତା ରଖିବାର ଆବଶ୍ୟକତା ଅଧିକ ଅଛି । ଖାଦ୍ୟପେୟରେ ରୁଚି, ଯାତ୍ରାଶୁଭ, ପାରିବାରିକ ସ୍ନେହ, ସଦିଚ୍ଛା ପାଇବେ । ଅର୍ଥାଗମ ପର୍ଯ୍ୟାପ୍ତ ନ ହେଲେ ମଧ୍ୟ ବ୍ୟୟଭରଣା କରିହେବ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୫ ।

ସିଂହ – ଦେହ ଅପେକ୍ଷା ମନର ସ୍ୱାସ୍ଥ୍ୟହାନୀ ଅଧିକହେବ । ଆପଣାର ଲୋକେ ଶତ୍ରୁତା ଆଚରଣ କରିବେ । ଆୟ କମିପାରେ । ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତା ବଢିବ । ଦୂର ଯାତ୍ରାରେ ସଫଳତା ପାଇବେ ।ଶୁଭରଙ୍ଗ ମେରୁନ୍ ।ଶୁଭ ଅଙ୍କ ୨ ।

କନ୍ୟା–ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ସଞ୍ଚୟ ରାଶି କମିପାରେ । ପରିବାରରେ ଉତ୍ତମ ବୁଝାମଣା ରକ୍ଷା କରିବା କଷ୍ଟକର ହେବ । ଉଚ୍ଚବର୍ଗରୁ ସହଯୋଗ ମିଳିବ । ତୀର୍ଥ ବ୍ରତରେ ଆଗ୍ରହୀ ହେବେ । ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୬ ।

ତୁଳା–ତର୍କ ଓ ବିଚାରଉଭୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଆବଶ୍ୟକ । ଘାତ ଚନ୍ଦ୍ରଭୋଗ ହେତୁ ଯାତ୍ରା ଅଶୁଭ, କାର୍ଯ୍ୟ ବିଶୃଙ୍ଖଳା, ମନରେ ଉତ୍ସାହହାନୀ ହୋଇପାରେ । ସଜ୍ଜନ ସମ୍ପର୍କରେ ଆସିବେ, ସତ ପରାମର୍ଶ ପାଇବେ । ଶୁଭରଙ୍ଗକ୍ରୀମ୍ । ଶୁଭ ଅଙ୍କ ୧ ।

ବିଛା–ଗୃହ ନିର୍ମାଣାଦି କର୍ମ ତ୍ୱରାନ୍ୱିତ ହେବ । ଦୁଃଖ ଅଭାବ କେତେକାଂଶରେ ଦୂର କରିପାରିବେ । ସନ୍ତାନ ବର୍ଗରୁ ସୁଖ ସନ୍ତୋଷ ଲାଭ କରିବେ । ଲିଖନ ପଠନରେ ଆଗ୍ରହ ବୃଦ୍ଧି, ପତିତ ଅର୍ଥ ଉଦ୍ଧାର କରିବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫ ।

ଧନୁ –ଶ୍ରୀ ଚନ୍ଦ୍ରଭୋଗ ହେତୁ ଦିନଟି ଶୁଭକାରକ ହେବ । ପରିବାରରେ ଉତ୍ତମ ବୁଝାମଣା ରକ୍ଷାକରି ପାରିବେ । ଅର୍ଥାଗମ ଆଶାନୁରୂପ ହେବ ।କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ପ୍ରମାଣ କରିପାରିବେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୩ ।

ମକର–କେତେକ ବିଶେଷ କାର୍ଯ୍ୟ ପାଇଁ ଅଧିଳ ବ୍ୟୟ ହୋଇପାରେ । ଦୂର ଯାତ୍ରାରେ ସଫଳତା ପାଇବେ । ଉଦ ଯୋଗସିଦ୍ଧି, ସନ୍ତାନ ସୁଖ, ଧର୍ମନିଷ୍ଠା ବଢିବ । ପାରିବାରିକ ସ୍ଥିତି ଉତ୍ତମ ରହିବ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କୁମ୍ଭ -ଘାତ ଚନ୍ଦ୍ରଭୋଗ ହେତୁ ଦିନଟି ପ୍ରତିକୂଳ ଫଳଦାୟକ ହେବ । ମନ ଅସ୍ଥିରରହିବ ।ଏକାଧିକ କାର୍ଯ୍ୟରେ ହାତ ଦେଇ ବିବ୍ରତ ବୋଧ କରିବେ । ପାରିବାରିକ ଭୁଲ ବୁଝାମଣା ଆସିପାରେ । ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।

ମୀନ – ମାନ ସମ୍ମାନ ପ୍ରତିଷ୍ଠା ଦିଗରେ ସଚେତନ ହେବେ । ଆହାର ଓ ବିଶ୍ରାମରେ ଅନିୟମିତତା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ଦେବ ପୂଜନରେ ନିଷ୍ଠା, ଧାତୁ ଦ୍ରବ୍ୟାଦି ଲାଭଯୋଗ ଅଛି । କର୍ମକ୍ଷେତ୍ରରେ ଶତ୍ରୁ ବେଷ୍ଟିତ ହୋଇପାରନ୍ତି ।ଶୁଭରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

   Related Posts