Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଫେବୃଆରୀ ୧୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/02/2020 at 6:53 AM

ମେଷ–କାର୍ଯ୍ୟ ସମାପନରେ ଶୃଙ୍ଖଳିତ ହେବେ ।ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ ।କ୍ଳାନ୍ତି ଓ ବିଭକ୍ତି ଭାବ ବଢିବ । ପରିବାରରେ ଅଶାନ୍ତି ଦେଖାଦେବ ।ଗୃହ ବିବାଦର ଅପୋଷ ସମାଧାନ କରି ପାରିବେ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭଅଙ୍କ ୭ ।

ବୃଷ– ପରିବାରରେ ଝମେଲା ଓ ମନାନ୍ତର ଆସିପାରେ ।ସ୍ଥିର ବିଚାରରେ ସେସବୁର ସମାଧାନ କରିପାରନ୍ତି । ଆୟର ପରିମାଣ ବଢିଲେ ମଧ୍ୟ ବ୍ୟୟ ସଂକୋଚ କରିବାର ଆବଶ୍ୟକତା ଅନୁଭବ କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

ମିଥୁନ – ମାନସିକ ଆଳସ୍ୟ ହେତୁ କାର୍ଯ୍ୟବିଳମ୍ବ ହୋଇପାରେ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ପରସ୍ପର ବିରୋଧ ଚିନ୍ତା ଧାରା ଲାଗିରହିବ । ଆହାର ଓ ବିଶ୍ରାମ ଅନିୟମିତ ହେବ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୨ ।

କର୍କଟ–ଲୋକ ସଂପର୍କରେ ଅବନତିର ଆଶଙ୍କା ଅଛି । ପାରିବାରିକ ପରିବେଶ ଶାନ୍ତି ଦାୟକହେବ ।କର୍ମକ୍ଷେତ୍ରରେ ସ୍ଥିର ନିଷ୍ପତ୍ତି ନେବା କଷ୍ଟକର ।ବୈଷୟିକ କ୍ଷେତ୍ରରେ ଉନ୍ନତି ଓ ଦୂର ଯାତ୍ରାରେ କାର୍ଯ୍ୟ ସଫଳ ହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।

ସିଂହ –ଅଯଥା ମାନସିକ ଦୁଃଶ୍ଚିନ୍ତା ବଢିବ । ଦେହ ମଧ୍ୟ ସୁସ୍ଥରହିବ ନାହିଁ ।ବନ୍ଧୁମାନେ ଭୁଲ ବୁଝିବେ । ଅର୍ଥ ଦେଣନେଣରେ ସତର୍କ ରହିବେ । ଆଧ୍ୟାତ୍ମିକ ଅନୁଷ୍ଠାନରେ ସକ୍ରିୟ ଅଂଶଗ୍ରହଣ କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।

କନ୍ୟା–ଭାତୃବର୍ଗେ ଅସନ୍ତୋଷ, ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟକରିବେ । ସନ୍ତାନ ବର୍ଗରୁ କିଛି ଆଶ୍ୱାସନା ମିଳିବ ।ସ୍ଥିର ନିଷ୍ପତ୍ତି ନେଇହେବ ନାହିଁ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୧ ।

ତୁଳା– ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ହେବ । ମନ ଭାରାକ୍ରାନ୍ତ ରହିବ ।କଲ୍ୟାଣ ଚନ୍ଦ୍ରଭୋଗ ହେତୁ କର୍ମକ୍ଷେତ୍ର ତଥା ସାମାଜିକ କ୍ଷେତ୍ରରେ ଶୁଭଫଳ ପାଇବେ ।ବହୁ ଦିଗରୁ ଆଶାବାଦୀ ହୋଇ କାର୍ଯ୍ୟ ସଂପାଦନ କରିବେ ।ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୮ ।

ବିଛା– ଆୟ ଅପେକ୍ଷା ଅଧିକ ବ୍ୟୟ କରିବେ ।ବ୍ରତ ବିବାହ ଆଦି ମାଙ୍ଗଳିକ କର୍ମରେ ସକ୍ରିୟ ଅଂଶ ଗ୍ରହଣ କରିବେ ।ବିବାଦ ଜୟ,କର୍ମରେ ଉତ୍ସାହ, ପିତାମାତା ଗୁରୁଜନ ବର୍ଗରୁ ଆର୍ଶୀବାଦ ମିଳିବ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୫ ।

ଧନୁ –ସବୁ ଦିଗରୁ ଦିନଟି ଶୁଭଫଳ ଦାୟକହେବ ।କର୍ମକ୍ଷେତ୍ରରେ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମିଳିବ ।ସୁଖ ଭ୍ରମଣର ସୁଯୋଗଲାଭ କରିବେ ।ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହିତ ସୁସଂପର୍କ ରହିବ । ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୧ ।

ମକର–ସାମୟିକ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ ।କର୍ମକ୍ଷେତ୍ରରେ ସୁବିଧା ସୁଯୋଗକୁ ହସ୍ତଗତ କରିପାରିବେ । ଯାନବାହନରେ ବ୍ୟୟବରାଦ ଆସିବ ।କାର୍ଯ୍ୟରେ ସଫଳତା ପ୍ରାପ୍ତିହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

କୁମ୍ଭ -କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇପାରିବେ । ମନରେ ଆନନ୍ଦ, ବନ୍ଧୁ ପରିଜନଙ୍କ ଠାରୁ ଶୁଭେଚ୍ଛା ମିଳିବ । ଆଲୋଚନା ମାଧ୍ୟମରେ ଅନେକ ସମସ୍ୟାର ସମାଧାନ କରିପାରିବେ । ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୩ ।

ମୀନ – ଋଣ ଭାରବଢିବ ।ମନସ୍ତାପ, ଦୁଃଶ୍ଚିନ୍ତା ସ୍ୱାଭାବିକ ଭାବରେ ରହିବ । ଦୂର ସଂପର୍କୀୟ ମାନେ ସହଯୋଗ ପ୍ରଦାନ କରିବେ । ଅନେକ ପରିସ୍ଥିତିରେ ନିରବ ରହିଯିବା ସବୁଠାରୁ ଭଲ ସମାଧାନ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୫ ।

   Related Posts