ଫେବୃଆରୀ ୧୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 13, 2020 IST

ମେଷ – ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଶତ୍ରୁ ବିଜୟୀ ହୋଇପାରନ୍ତି । ଧନବାନ୍ , ଦେବ-ବ୍ରାହ୍ମଣ ଭକ୍ତି ଓ କୃଷି ବଳରେ ବଳୀୟାନ୍ ହେବେ । ନୀତିନିଷ୍ଠ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ବୃଷ – ନୃତ୍ୟ-ସଙ୍ଗୀତପ୍ରିୟ ଓ ସୁସମ୍ବାଦ ପାଇ ଖୁସି ହେବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ମିଥୁନ – କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ପାରିବାରିକ ସୁଖ ମିିଳିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଲାଭ କରିବେ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

କର୍କଟ – ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତ ହେଲେ ବି, ଶ୍ରମ ସାର୍ଥକ ହେବ । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଚିନ୍ତାମୁକ୍ତ ହୋଇପାରନ୍ତି । ବିବିଧ ଧନଯୁକ୍ତ ହୋଇପାରନ୍ତି । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ସିଂହ – ଶ୍ରୀଚନ୍ଦ୍ର ଭୋଗହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ଧନଯୁକ୍ତ ହେବେ । ଗୁଣବାନ୍ ହୋଇପାରନ୍ତି । ଉପାର୍ଜନର ମାତ୍ରା ବୃଦ୍ଧି ପାଇବ । ବଳିଷ୍ଠ ଓ ରୂପବାନ୍ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କନ୍ୟା – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ଅତିଥି ଅଭ୍ୟାସଗତଙ୍କ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ । କଥାଶୈଳୀରେ ପରକି ଆପଣାର କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ତୁଳା – ଆୟ ଆଶାନୁରୂପ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଧର୍ମ-ଧାରଣା ଭଳି ଉତ୍ସର୍ଗୀକୃତ ମନୋଭାବର ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ କୃପା ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ବିଛା – ଆୟ ପରିମାଣ ବୃଦ୍ଧି ପାଇବ । ଉଚ୍ଚ ଆଶା ଫଳବତୀ ହେବ । କର୍ମତତ୍ପରତା ପ୍ରକାଶ ପାଇବ । ଭାଗ୍ୟବାନ୍ ଓ ବନ୍ଧୁ ସହ ଯୋଗ ପାଇ ଖୁସି ହେବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ଧନୁ – ପାରସ୍ପରିକ ସଂପର୍କ ଦୃଢ ହେବାରୁ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ ଏବଂ ପରୋପକାରୀ ହେବେ । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେଲେ ବି, ମାତ୍ର ବିଳମ୍ବରେ । ସୁଖ-ସମୃଦ୍ଧିର ମୂଳଦୁଆ ପଡିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମକର – ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ । ସ୍ୱାସ୍ଥ୍ୟ ପାଇଁ ଆଶ୍ୱାସନା ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କୁମ୍ଭ – କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବିଭିନ୍ନ ସ୍ତରରୁ ଆଶା କରୁଥିବା ସହ ଯୋଗ ପାଇ ଖୁସି ହେବେ । ସାଧନାର ସିଦ୍ଧିପ୍ରାପ୍ତ ହୋଇପାରେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମୀନ – ପୂର୍ବରୁ ବନ୍ଧୁ ସହ ଥିବା ସଂପର୍କ ଦୃଢିଭୂତ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.