Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଫେବୃଆରୀ ୧୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

11/02/2020 at 6:50 AM

ମେଷ–ଦୂରଯାତ୍ରା ଶୁଭଦାୟକ ହେବ । ପର ଚର୍ଚ୍ଚା କରିପାରନ୍ତି । ପଢାପଢିରେ ମନୋନିବେଶ କରି ସଫଳ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଦିନଟି ଭିତରେ ମିଶ୍ରିତ ଫଳ ମିଳିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।

ବୃଷ–ଚଳା-ଚଳ ରାସ୍ତାରେ ସତର୍କ ରହିବେ । କେତେକ ଘଟଣାକୁ କେନ୍ଦ୍ରକରି ବାଦାନୁବାଦ ଉପୁଜିପାରେ । ବନ୍ଧୁଙ୍କ ସହିତ ଭୁଲ ବୁଝାମଣା ଘଟିବାର ସୂଚନା ମିଳୁଛି । କୃଷିକାର୍ଯ୍ୟ ଉପରେ ଗୁରୁତ୍ୱ ଦେଇପାରନ୍ତି ।ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।

ମିଥୁନ – ଅପୂର୍ବ ସୁଯୋଗ ଅଛି । ଯାହାକରନ୍ତୁ ନା କାହିଁକି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।

କର୍କଟ–ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି । ବିବିଧ ପ୍ରକାରର ଅର୍ଥ ପ୍ରାପ୍ତ ହେବ ।ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ସିଂହ –ବିଭିନ୍ନସ୍ତରରୁ କଲ୍ୟାଣମୂଳକ ସ୍ନେହ ଆଶୀର୍ବାଦ ମିଳିବ । ସୁଖ-ସମ୍ମାନ ଲାଭ କରିପାରନ୍ତି ।ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ ।ଚିନ୍ତାଧାରା ମହତ୍‌ ହେବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୭ ।

କନ୍ୟା– ଅଧିକବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ବୁଦ୍ଧିମାନର କାର୍ଯ୍ୟହେବ ।ସାମାଜିକ ଗୌରବ ପ୍ରାପ୍ତ ହେବେ ।ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ତୁଳା–ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ଧନ ଲାଭର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ବାଦ ପାଇଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ ।ସତ୍‌କର୍ମରେ ନିୟୋଜିତ ହେବେ ।ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୯ ।

ବିଛା–କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ମୂଲ୍ୟ ମିଳିବ ।ଶୁଭଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୩ ।

ଧନୁ – ଦେ’ଣ-ନେ’ଣ ଦୂରେ ଥାଉ କେବଳ ଯୋଗାଯୋଗରେ କାର୍ଯ୍ୟ ହାସଲ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି । ସଦାସର୍ବଦା ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।

ମକର–ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ । ସତ୍‌ପଥଗାମୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ପିତୃଭକ୍ତି ଯୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୨ ।

କୁମ୍ଭ -କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସନୀୟ ହେବେ ।ମିତ୍ରଲାଭର ସୂଚନା ମିଳୁଛି ।କର୍ମକ୍ଷେତ୍ରରୁ ସଫଳତା ମିଳିବ ।ସୁଖକର ଘଟଣାମାନ ଘଟିପାରେ ।ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।

ମୀନ – ଯୋଗାଯୋଗ ଫଳପ୍ରଦ ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭ ଖବର ପାଇ ଖୁସିହେବେ । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୯ ।

   Related Posts