ଫେବୃଆରୀ ୯ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 09, 2020 IST

ମେଷ– ଯାହାକରନ୍ତୁ ନା କାହିଁକି ସଫଳତା ନିଶ୍ଚିତ ମିଳିବ । ଆର୍ଥିକସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ୍‌ ଚିନ୍ତାରେ ମଗ୍ନ ହୋଇପାରନ୍ତି ।ଶୁଭରଙ୍ଗ ଲାଲ୍‌ ।ଶୁଭଅଙ୍କ ୪ ।

ବୃଷ–କାର୍ଯ୍ୟକରିବା ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି ।କାର୍ଯ୍ୟରେ ସଫଳତା ଲାଭକରି ବେଶୀର୍ଷକୁ ଉଠି ପାରନ୍ତି ।ତ୍ୟାଗପୁତ ମନୋଭାବ ଗ୍ରହଣ କରିପାରନ୍ତି । ନୀତିଜ୍ଞଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୭ ।

ମିଥୁନ – ରୋଜଗାରକ୍ଷମ ହୋଇପାରନ୍ତି ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ମିଷ୍ଟାନ୍ନଭୋଜନରେ ଆପ୍ୟାୟିତହେବେ ।ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିବେ ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୯ ।

କର୍କଟ–ହାତରୁ ଖସିଗଲେ ପ୍ରମାଦ ପଡିପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ରହି ନିରବ ଦର୍ଶକହେବେ ।ସରଳ ପ୍ରକୃତି ଖର୍ଚ୍ଚାନ୍ତର କାରଣହେବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୨ ।

ସିଂହ –କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସମ୍ମାନିତ ହେବେ ।ଶୁଭ ଖବର ପାଇଖୁସି ହୋଇ ପାରନ୍ତି ।ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୬ ।

କନ୍ୟା–ଘାତଚନ୍ଦ୍ର ଥାଇବି, ଧର୍ମ-କର୍ମସଂପାଦନ କରିପାରନ୍ତି । ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତହେବେ ।କର୍ମରେ ସଫଳତାମିଳିବ । ଆର୍ଥିକ ସ୍ଥିତିରେ ବୃଦ୍ଧିଘଟିବ । ଶୁଭକାର୍ଯ୍ୟ ପାଇଁ ବାତା ବରଣ ଅନୁକୂଳ ରହଛି ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।

ତୁଳା–ଘାତବାର ଥିବାରୁ ଦେବ ଦର୍ଶନରେ ସମସ୍ତ କଳ୍ମଶ ଦୂରହେବ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଚାଲି ଚଳନରେ ପରକୁ ଆପଣାର କରିପାରନ୍ତି ।କ୍ଷମତାର ଅଭିବୃଦ୍ଧି ଘଟାଇ ତାର ସଦ୍‌ ବ୍ୟବହାର କରିବେ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୮ ।

ବିଛା–କାର୍ଯ୍ୟରେ ସାମୟିକ ଭାବେ ମାନ୍ଦାବସ୍ଥା ସୃଷ୍ଟି ହୋଇପାରେ । ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ ।ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ ।ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।

ଧନୁ –ବାରମ୍ବାର ଚେଷ୍ଟାକଲେ ସଫଳତା ପାଇବେ ।ବନ୍ଧୁମିଳନ ଘଟିପାରେ ।କାର୍ଯ୍ୟରେ ସଫଳହେବେ ।ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ସ୍ଥିତିରେ ଅଛି । ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୪ ।

ମକର–କାର୍ଯ୍ୟକୁ ସୁରୁଖୁରୁରେ କରିପାରନ୍ତି ।ସାମୟିକ ଭାବେ ଶତ୍ରୁର ଉପସ୍ଥିତି ନେଇ ମନରେ ଭୟଉପୁଜି ପାରେ । ଶେଷରେଶତ୍ରୁକୁ ପରାଜିତକରି ମାନସିକ ଶାନ୍ତି ଫେରି ପାଇବେ ।ସୁସମ୍ବାଦ ପାଇଖୁସି ହୋଇ ପାରନ୍ତି ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୬ ।

କୁମ୍ଭ -ପଢା ପଢିରେ ମନୋନିବେଶ କରିବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଦିନଟି ଭିତରେ ମିଶ୍ରିତ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭରଙ୍ଗ ପିଚ୍‌ ।ଶୁଭ ଅଙ୍କ ୩ ।

ମୀନ – ଅତି ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କଠାରୁ ବିରୋଧା ଭାଷ ଶୁଣାଯିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହୋଇପାରେ । କ୍ଷେତ୍ରରୁ ଆମଦାନୀ ଦ୍ରବ୍ୟ ଆପଣଙ୍କୁ ଧନୀ କରି ଗଢି ତୋଳିବ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.