ଫେବୃଆରୀ ୮ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 08, 2020 IST

ମେଷ – ସମସ୍ୟା ଘେର ମଧ୍ୟରେ ରହିବେ । ବନ୍ଧୁ ସହଯୋଗରୁ ସମସ୍ୟା ମୁକ୍ତ ମଧ୍ୟ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରସ୍ପରିକ ଉତ୍ତମ ବୁଝାମଣା ମଧ୍ୟ ମିଳିବ । ବ୍ୟବସାୟରେ ସ୍ଥିତି ବଦଳିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।

ବୃଷ – ଭ୍ରାତୃ ବର୍ଗେ ଅସନ୍ତୋଷ । କେତେକ ବିଶେଷ କାର୍ଯ୍ୟ ଅଧାରୁ ରହିଯାଇପାରେ । ଗୃହ ଜମିଜମା ସମସ୍ୟାର ଅନ୍ତ ହେବ ନାହିଁ । କର୍ମ କ୍ଷେତ୍ରରେ ଦୂରଦର୍ଶୀ ହେବାର ଆବଶ୍ୟକତା ଅଧିକ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।

ମିଥୁନ – ବୃତ୍ତିରେ ଉନ୍ନତି, ଉଦମ୍ୟ ସଫଳ, ଦୂର ଯାତ୍ରାରେ ହିତ, ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଦାମ୍ପତ୍ୟ ସୁଖ ଓ କର୍ମ ପ୍ରଶାନ୍ତି ପାଇବେ । ସାମୟିକ ଭାବରେ ପୁରାତନ ରୋଗପୀଡା ଭୋଗ ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୧ ।

କର୍କଟ – ଆୟ ଠାରୁ ବ୍ୟୟ ଅଧିକ ହେବ । ଧର୍ମାନୁଷ୍ଠାନ ପ୍ରତି ଅନୁରକ୍ତ ଓ ନିଷ୍ଠା ରହିବ । ଦୀର୍ଘ ଦିନର ବନ୍ଧୁ ଆକସ୍ମିକ ଭାବରେ ସହାୟତା ପ୍ରଦାନ କରିବେ । ପରିବାରରେ ସାଧାରଣ ମତାନ୍ତର ମନାନ୍ତର ଆସିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ସିଂହ – ଦିନଟି ସବୁ ଦିଗରୁ ଶୁଭଫଳ ଦାୟକ ହେବ । ପାରିବାରିକ ସନ୍ଦେହ ବୃଦ୍ଧି ପାଇବ । ବନ୍ଧୁ,ଉପଦେଷ୍ଟାମାନେ ସହଯୋଗୀ ହେବେ । ପରୋପକାର ଓ ଯାନବାହନରେ ନବୀକରଣ ଆଣିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

କନ୍ୟା – ଘାତଚନ୍ଦ୍ର ଭୋଗ ହେତୁ ଦିନଟି ଅଶୁଭ ଫଳ ଦାୟକ ହେବ । କାର୍ଯ୍ୟଦକ୍ଷତା କମିବ । ଦୂର ସମ୍ପକୀୟମାନେ ଅସହଯୋଗ କରିବେ । ବିନା କାରଣରେ ଭାରାକ୍ରାନ୍ତ ରହିବେ । ଉନ୍ନତ ଆର୍ଥିକ ସ୍ଥିତି ରହିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬ ।

ତୁଳା – ମନରେ ଉତ୍ସାହ ବଢିବ । କାର୍ଯ୍ୟମାନ ଶୃଙ୍ଖଳିତ ହେବ । ଗୁରୁ ଦେବତା ଭକ୍ତି ରହିବ । ଉତ୍ତମ ଦିଗ୍‌ ଦର୍ଶନ ମଧ୍ୟ ପାଇବେ । ଖାଦ୍ୟ ଗ୍ରହଣରେ ନିୟମିତ ହେବା ଆବଶ୍ୟକ । ଭାଗ୍ୟ ସନ୍ତୋଷଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବିଛା – ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଆଜି କିଛି ପ୍ରତିକୂଳ ଫଳ ଦେଇପାରେ । ସାମାଜିକ ପ୍ରତିଷ୍ଠା ପାଇବେ । ଗୃହ, ପରିବେଶ ମଧ୍ୟ ଶାନ୍ତି ଦାୟକ ହେବ । ଦୂର ଯାତ୍ରାରେ କ୍ଳାନ୍ତି ଅବସାଦ ବଢିପାରେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୮ ।

ଧନୁ – ସ୍ଥିର ବିଚାରରେ କାର୍ଯ୍ୟ ସଫଳତା ପାଇବେ । ମନର ଅଭିଳାଷ ପରିପୂରଣ ପାଇଁ ଦିନଟି ଶୁଭ । ସନ୍ତାନ ସନ୍ତତିମାନେ ଆତ୍ମସନ୍ତୋଷ ପ୍ରଦାନ କରିବେ । ଅର୍ଥାଗମ ପର୍ଯ୍ୟାପ୍ତି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମକର – ଶତ୍ରୁ ଉପରେ ବିଜୟ ଲାଭ କରିବା ଆଜି ଦିନର ଏକ ବିଶେଷ ଫଳ । ଉଦ୍ୟମ ସଫଳ ହେବ । ଦେହ ଓ ମନରେ ସୁସ୍ଥ ରହିବେ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ କରିବେ । ବିବାହିତ ମଙ୍ଗଳ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।

କୁମ୍ଭ – କର୍ମ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗରେ ସଫଳତା ପାଇବେ । କେହି ପରୋକ୍ଷ ଭାବରେ ଥିବା ଶତ୍ରୁ, ବନ୍ଧୁ ଭାବରେ ଛଳନା କରିପାରନ୍ତି । ଅର୍ଥାଗମରେ ପ୍ରତିବନ୍ଧକ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ମୀନ – ବୌଦ୍ଧିକ କାର୍ଯ୍ୟରେ ସଫଳତା ଅଧିକ ମିଳିବ । ମାନସିକ ପ୍ରଶାନ୍ତି ଘଟିବ । ଅମ୍ଳ ଅର୍ଶ ଆଦି ଉଦର ପୀଡା ସାଧାରଣ ଭାବରେ ଭୋଗ କରିବେ । କର୍ମ କ୍ଷେତ୍ରରେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ପାଇବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.