୨୮ ଅକ୍ଟୋବର, ରବିବାର

Published By : Prameya-News7 Bureau | October 28, 2018 IST

ମେଷ – ଅପ୍ରିୟ ପରିସ୍ଥିତିରୁ ଉଧୁରୀ ଯାଇପାରନ୍ତି । ସୁଖରେ ଦିନଟି ଅତିବାହିତ ହେବ । ପାପୀର ପାପମୋଚନ କରିବାକୁ ଉଦ୍ୟମ କରିବେ । ବୃଷ – କାର୍ଯ୍ୟରେ ସଫଳତା ମିଳିବ । କଷ୍ଟସାଧ୍ୟ ହେବ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ଶତ୍ରୁ ଦମନ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ମିଥୁନ - ସୁଖ,ସମ୍ମାନ ଲାଭ କରିବେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଗୁଣଜ୍ଞ ହେବେ । ମନ ପ୍ରସନ୍ନ ରହିବ । କର୍କଟ- ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଯଶସ୍ୱୀ ହୋଇପାରନ୍ତି । ସୌଭାଗ୍ୟଶାଳୀ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସିଂହ – ଭ୍ରମଣ ଫଳଦାୟକ ହେବ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି । ପ୍ରିୟ ଭାଷୀ ହେବେ । କନ୍ୟା – ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ମାନସିକ ସ୍ତରରେ ନିଜକୁ ଦୁର୍ବଳ ଅନୁଭବ କରିବେ । ବ୍ୟବସାୟ ଲାଭଜନକ ହେବ । ତୁଳା – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ପରାକ୍ରମୀ ହେବେ । ବିଛା – ଯେ କୌଣସି ସୂତ୍ରରୁ ଅର୍ଥ ମିଳିପାରେ । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ରାଜବଂଶ ପୂଜିତ ହୋଇପାରନ୍ତି । ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ଧନୁ – ପଠନ-ଲିଖନରେ ପାରଦର୍ଶିତା ଲାଭ କରିବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଧନଶାଳୀ ହେବା ଆଶା କରାଯାଏ । ମକର – ମାନସିକ ଚାପରେ ସବୁ ଦୁଃଖ,କଷ୍ଟ ପ୍ରକାଶ କରିପାରନ୍ତି । ସମ୍ମାନକୁ ଜଗି ଚଳିବାକୁ ପଡିବ । ବୁଦ୍ଧିମାନ ହେବେ । ପୁତ୍ର ସୁଖରେ ସୁଖୀ ହୋଇପାରନ୍ତି । କୁମ୍ଭ - ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଯଶସ୍ୱୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ମୀନ - ଶ୍ରମଦାନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଉତ୍ସାହିତ ହୋଇ କାର୍ଯ୍ୟ କରିବେ । ଭାଗ୍ୟବାନ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.