Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଫେବୃଆରୀ ୬ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

6/02/2020 at 6:49 AM

ମେଷ – ସ୍ୱରରାଶିସ୍ଥ ଚନ୍ଦ୍ର ଯାଗୁ ଆପଣ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଅସମର୍ଥିତ ସୂତ୍ରରୁ ଶୁଣିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ବୃଷ – କର୍ମ ସ୍ଥାନରେ ବୁଧଙ୍କ ସ୍ଥିତିକୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । କଳା,ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟହାନି କାରଣରୁ ମନରେ ସରସତା ରହିବ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମିଥୁନ – ଧନାଧିପ ବ୍ୟୟଭାବସ୍ଥ ଯୋଗୁ ଅର୍ଥ ନୈତିକ ସ୍ଥିତି ବିଗିଡିଯାଇପାରେ । ଆଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ମାନସିକ ସ୍ଥିତି ଠିକ୍ ରହିବା ସହ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

କର୍କଟ – ବିଳାସକାରକ ଶୁକ୍ର ଓ ବୁଧଙ୍କ ସମ୍ପର୍କରୁ ବୁଦ୍ଧିଜୀବୀମାନଙ୍କ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଶନି ଓ ରାହୁଙ୍କ ପ୍ରଭାବରେ ସନ୍ଦେହ ଓ ଭୁଲ୍ ବୁଝାମଣାବଶତଃ ସମସ୍ୟା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ସିଂହ – ଉଚ୍ଚାରୋହୀ ଶୁକ୍ର ହେତୁ ଆପଣଙ୍କ ଉଦ୍ଦେଶ୍ୟ ପରିପୂର୍ଣ୍ଣତା ଲାଭ କରିବ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ରାହୁଙ୍କ ସ୍ଥିତି ଯୋଗୁ ସାମୟିକ ଭାବରେ ସାମାନ୍ୟ ଅସୁସ୍ଥି ଆସିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

କନ୍ୟା – ଏକାଧିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଶ୍ରମ ଓ ଭ୍ରମଣ ଜନିତ ଅବସର ମିଳି ନ ପାରେ । ବନ୍ଧୁମାନଙ୍କ ସହ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କଲେ ଅବଶ୍ୟ ସଫଳତା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ତୁଳା – ବନ୍ଧୁମାନଙ୍କ ସହ ଯୋଗରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ମଙ୍ଗଳଙ୍କ ପ୍ରଭାବରୁ ଆର୍ଥିକ ଦିଗଟି ଭଲ ରହିବ କିନ୍ତୁ କଠୋର ଅନୁଶାସନ ପରିବାର ଓ କର୍ମକ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ବିଛା – ମଙ୍ଗଳ ଓ ଚନ୍ଦ୍ର ଶୁଭତ୍ୱ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ । କିନ୍ତୁ ବୃହସ୍ପତି ପାପଗ୍ରସ୍ତ କାରଣରୁ ଅଭିଳାଷା ପୂରଣ ହେବା କଷ୍ଟକର ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଧନୁ – ଆପଣ ଆକର୍ଷଣୀୟ କଥା କହି ବିବାଦୀୟ ସ୍ଥିତିକୁ ସ୍ୱାଭାବିକ କରିବାରେ ସଫଳ ହେବେ । ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ଦୂର ଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି । ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ମକର – ରାଶିରେ ପାପଗ୍ରହ ଓ ଦ୍ୱିତୀୟସ୍ଥ ବୁଧ ଆପଣଙ୍କୁ ଅପ୍ରିୟସତ୍ୟ କଥା କୁହାଇ ସମସ୍ୟା ଓ ସମ୍ପର୍କକୁ ନଷ୍ଟ କରିପାରନ୍ତି । ପାରିବାରିକ ଜୀବନରେ ଅଭାବ ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କୁମ୍ଭ – ଅଭାବ ଅସୁବିଧା ଥିଲେ ମଧ୍ୟ ଶୁକ୍ରଙ୍କ ଯୋଗୁ ଆପଣଙ୍କ ସୁଖମୟ ଜୀବନର ଦିନଚର୍ଯ୍ୟା ବାଧା ପ୍ରାପ୍ତ ହେବ ନାହିଁ । ଶନିଙ୍କ ପ୍ରଭାବରେ ଅତୀତକୁ ଧରିବସିଲେ ଏହି ସମୟର ସୁବିଧା ସୁଯୋଗକୁ ହରାଇବାକୁ ପଡିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମୀନ – ବୃହସ୍ପତି ପାପଗ୍ରହଯୁକ୍ତ କାରଣରୁ ଉଦ୍ୟମ ସଫଳ ଦିଗରେ ଜଣେ କୃଷ୍ଣବର୍ଣ୍ଣର ବ୍ୟକ୍ତି ସାହାର୍ଯ୍ୟ କରିବେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ସଫଳ ପାଇବେ । ଖର୍ଚ୍ଚ ପରିମାଣ ବୃଦ୍ଧି ସାମୟିକ ମନକୁ ଚହଳାଇ ଦେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

   Related Posts