ଫେବୃଆରୀ ୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 04, 2020 IST

ମେଷ – ଭଲ ରୋଜଗାର ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ବୃଷ – ଅର୍ଥ ପାଇଁ ଅନର୍ଥ ଉପୁଜି ପାରେ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ସବୁଠୁଁ ଭଲ ହେବ । ବନ୍ଧୁ ବିରୋଧ ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ମିଥୁନ – ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲ ରହିବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଦିନଟି ଭିତରେ ମିଶ୍ରିତ ଫଳ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କର୍କଟ – ମିଳୁଥିବା ସୁଯୋଗ ହାତଛଡା କରନ୍ତୁ ନାହିଁ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ସିଂହ – ସୌଜନ୍ୟତା ପ୍ରକାଶ ପାଇବ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥ ଚିନ୍ତାରେ ମଗ୍ନ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କନ୍ୟା – ବିରୋଧ ଥାଇ ମଧ୍ୟ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତି ନିମନ୍ତେ ପ୍ରୟାସ ଜାରି ରଖିବେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଭୋଗୀ ହେବେ । ପ୍ରତାପୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ତୁଳା – ଅନ୍ୟକୁ ବଶବର୍ତ୍ତୀ କରିପାରନ୍ତି । ମିତ୍ର ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁଖକର ଘଟଣାମାନ ଘଟିପାରେ । ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ଅଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ବିଛା – ରାଜ ସମ୍ମାନ ପ୍ରାପ୍ତିର ସୌଭାଗ୍ୟ ଅଛି । ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ସ୍ୱାସ୍ଥ୍ୟ ଭଲ ରହିବ । କଳେ, ବଳେ, କୌଶଳେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ଧନୁ – ବନ୍ଧୁ ଦର୍ଶନ କରିବେ । ଦେବଦର୍ଶନରେ ମନକୁ ପ୍ରଶାନ୍ତମୟ କରିବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସମ୍ମାନିତ ହେବେ । କୌଣସି କାରଣରୁ ଚିନ୍ତାଗ୍ରସ୍ତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮।

ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସମସ୍ୟା ଦେଖା ଦେବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୃଷିକାର୍ଯ୍ୟ ଉପରେ ଧ୍ୟାନ ଦେବେ । ସୁଖ ଭୋଗ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ୨।

କୁମ୍ଭ – ଅନ୍ୟକୁ ବଶବର୍ତ୍ତୀ କରିବାର କ୍ଷମତା ଓ ଚତୁରତା ଆପଣ ପ୍ରୟୋଗ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ମୀନ – ଅନ୍ୟର ସମସ୍ୟା ସମାଧାନରେ ବ୍ୟସ୍ତ ରହିପାରନ୍ତି । ମନ ବିଷାଦିତ ହୋଇପାରେ । ଆକସ୍ମିକ ସମସ୍ୟାରେ ବିବ୍ରତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ରାଜପୂଜା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.