ଫେବୃଆରୀ ୩ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 03, 2020 IST

ମେଷ–ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଲ ଆୟହେବ ।ଐଶ୍ୱର୍ଯ୍ୟଯୁକ୍ତଏବଂ ବ୍ୟବସାୟୀମୁଖୀହୋଇପାରନ୍ତି । ଯୁଦ୍ଧକ୍ଷେତ୍ରରେ ବୀରତ୍ୱ ପ୍ରକାଶ କରିବେ । ଶୁଭରଙ୍ଗ ଧଳା ।ଶୁଭଅଙ୍କ ୨ ।


ବୃଷ– ଥଣ୍ଡା-କଫଜନିତ ପୀଡା ଭୋଗକରିବେ । ଚଞ୍ଚଳ ସ୍ୱଭାବର ହେବେ ।ଏକାନ୍ତରେ ରହିବାକୁ ଇଚ୍ଛାକରିବେ ।ଚକ୍ଷୁପୀଡା ଉପୁଜି ପାରେ । ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି । ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।


ମିଥୁନ – ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀସ୍ତରରେ ସମ୍ମାନିତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତି ପାଇଁ କାର୍ଯ୍ୟ ସହଜରେ ହୋଇଯିବ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।


କର୍କଟ–ସାଧନାରେ ସିଦ୍ଧି ପ୍ରାପ୍ତ , କୁଳ ଉଜ୍ଜ୍ୱଳକାରୀଏବଂ ଦୟାଳୁ ସ୍ୱଭାବର ହେବେ । ମନ ପ୍ରସନ୍ନରହିବ ।ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସ୍ନେହ ରହିବ । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।


ସିଂହ –ସୌଜନ୍ୟତା ପ୍ରକାଶିତ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନରେ ନିଜଭୁଲ ପାଇଁ ବ୍ୟଘାତ ଆସିପାରେ । ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।


କନ୍ୟା– ସୁଖମିଳିବା କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ ।କୃଷିରୁ ଲାଭ ହେବ । ସମ୍ମାନ, ଧନ, ଯାନ-ବାହାନାଦି ସୁଖଭୋଗ କରିପାରନ୍ତି । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।


ତୁଳା– ମିତ୍ରମାନଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ନାହିଁ । ସମାଜସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବର ଅଭ୍ୟୁଦୟ ହେବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୬ ।


ବିଛା–କୌଣସି ଏକ ବିଶେଷକାରଣରୁ କ୍ରୋଧିତ ହୋଇପାରନ୍ତି । ଚକ୍ଷୁରେ ସାମୟିକ ଭାବେ ସ୍ୱଳ୍ପ ଯନ୍ତ୍ରଣା ଭୋଗ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ,ଶ୍ରଦ୍ଧାଭାବ ରହିବ । ଶୁଭରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।


ଧନୁ – ଅର୍ଥ ପାଇଁ ଚିନ୍ତାଗ୍ରସ୍ତ ଥିବାବେଳେ ହଠାତ୍‌ କିଛି ଅର୍ଥ ପ୍ରାପ୍ତିହେବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଧାର୍ମିକ ଓ ତେଜସ୍ୱୀ ହେବେ । ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।


ମକର– କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । କୃଷିକର୍ମକାରୀ ଓ ଉଦାର ସ୍ୱଭାବର ହେବେ । ଦାନଶୀଳ ଓ ସୁସ୍ଥ ଏବଂ ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।


କୁମ୍ଭ -କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ମନ ପ୍ରସନ୍ନରହିବ । ଆସ୍ତିକ ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମକୁ ଶ୍ରେଷ୍ଠ ଧର୍ମ ଭାବେ ବିବେଚିତ କରିବେ । ବଡଭାଇଙ୍କ ଠାରୁ ସ୍ନେହ ପାଇପାରିବେ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।


ମୀନ – ଅନ୍ୟର ଅନୁରୋଧ ରକ୍ଷା କରିପାରନ୍ତି । ପରମଭାଗ୍ୟଶାଳୀ, ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ , ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.