ଜାନୁଆରୀ ୨୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 29, 2020 IST

ମେଷ – ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ସ୍ଥିତି ଅନୁକୂଳ ଅଛି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଚିନ୍ତାଧାରା ମହତ ହେବ । ଜନପ୍ରିୟ ହେବେ । ସତ୍ ପଥଗାମୀ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ବୃଷ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଭାଗ୍ୟବାନ୍ ହେବେ । ସମ୍ମାନିତ ହୋଇପାରନ୍ତି । ଶତ୍ରୁ ପରାସ୍ତ କରିବାରେ ସଫଳତା ଲାଭ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ମିଥୁନ – କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ, ମାତ୍ର ବିଳମ୍ବରେ । ପତ୍ନୀଙ୍କ ଧନ ଉପଭୋଗ କରିବେ । ବିନୟୀ ହେବେ । ଶାନ୍ତ ଗୁଣଯୁକ୍ତ ଏବଂ ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟ କର୍ତ୍ତା ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନରେ ସେବା ଭାବନା ଜାଗ୍ରତ ହେବ । କର୍ମକୁଶଳତା ପ୍ରକାଶ ପାଇବ । ପୂଜାର୍ଚ୍ଚନାରେ ମନୋନିବେଶ କରିପାରନ୍ତି । ସକଳ ଗୁଣର ଆଧାର ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ସିଂହ – ଆଳସ୍ୟ ପରାୟଣ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । କାର୍ଯ୍ୟ ବିଳମ୍ବିତ ହୋଇପାରେ । ତ୍ୟାଗପୁତ ମନୋଭାବ ଗ୍ରହଣ କରିବେ । ନୀତିନିଷ୍ଠ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
କନ୍ୟା – କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଆସନ୍ନ ପ୍ରସବା ଥିଲେ ସନ୍ତାନ ଲାଭ ହୋଇପାରେ । ବଳିଷ୍ଠ ଓ ସୁନ୍ଦର ସ୍ୱରୂପଯୁକ୍ତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ତୁଳା – ପ୍ରତିବନ୍ଧକ ଲାଗୁ ହୋଇପାରେ । କର୍ମକ୍ଷେତ୍ରର ସଫଳ ରୂପାୟନ କରିପାରନ୍ତି । ଉନ୍ନତିମାର୍ଗରେ ଆଗକୁ ବଢିବେ । ଶୁଭ କାର୍ଯ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ପାରିବାରିକ ସୁଖ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ବିଛା – କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେଲେ ସଫଳତା ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଦେହ ଓ ମାନସିକ ସ୍ଥିତି ଉନ୍ନତମାନର ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ଧନୁ – କର୍ମ ତତ୍ପର ହେବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ଶ୍ରମ ସାର୍ଥକ ହେବ । ସରକାରୀ ଅର୍ଥ ମିଳିପାରେ । ବିଭିନ୍ନ ଦିଗରୁ ସାହାର୍ଯ୍ୟ, ସହଯୋଗ ମିଳିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ମକର – ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟ ସିଦ୍ଧି ହେବ । ମାତ୍ର ବିଳମ୍ବରେ ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଅର୍ତ ପ୍ରାପ୍ତିର ସୂଚନା ମିଳୁଛି । ନିର୍ବାଚନ କାରସାଦିକୁ ପ୍ରତିହତ କରି ବିଜୟୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
କୁମ୍ଭ – ମିତ୍ର ଲାଭର ସୂଚନା ମିଳୁଛି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ବ୍ୟବସାୟରେ ଲାଭଜନକ ହେବ । ବିଚକ୍ଷଣ ହେବେ । ଜନପ୍ରିୟ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ମୀନ – ମନରେ ଅହଂଭାବ ପୋଷଣ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଗରିବ-ଗୁରୁବାଙ୍କ ପ୍ରତି ଦୟାର ଅବତାର ହୋଇପାରନ୍ତି । ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତା ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.