୨୬ ଅକ୍ଟୋବର, ଶୁକ୍ରବାର
26/10/2018 at 9:28 AM

ମେଷ – ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ । ଭବିଷ୍ୟତରେ ଶୁଭଫଳ ପାଇବେ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ସଂନ୍ଧ୍ୟାରେ ଜୀବନ ସାଥୀଙ୍କ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ ।
ବୃଷ – ଆଜି ଆପଣଙ୍କୁ ଭାଗ୍ୟ ବହୁତ କିଛି ଦେବ । ନୂଆ କାମର ଶୁଭାରମ୍ଭ କରିବେ । ଆପଣ ବନ୍ଧୁମାନଙ୍କ ସଙ୍ଗରେ ରହି ଶାନ୍ତି ଅନୁଭବ କରିବେ ।
ମିଥୁନ – ଆପଣଙ୍କ ମିଷ୍ଟ ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରି ନେବେ । ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢିବ । ଘରକୁ ବନ୍ଧୁଙ୍କ ଆସିବାଯିବା ଲାଗି ରହିବ ।
କର୍କଟ- କର୍ମକ୍ଷେତ୍ରରେ ସଫଳତା ପାଇବେ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି ।
ସିଂହ – ଆପଣଙ୍କର କୌଣସି ସ୍ୱପ୍ନ ପୂରା ହେବ । ରାଜନୀତିରୁ ଲାଭ ପାଇବେ । ରାଷ୍ଟ୍ରୀୟ ସ୍ତରର ନେତାଙ୍କ ସହିତ ସଂପର୍କ ସ୍ଥାପନ ହେବ ।
କନ୍ୟା – ଭାଗ୍ୟ ଆପଣଙ୍କୁ ସାଥ ଦେବ । ନୂଆ ପ୍ରସ୍ତାବ ଓ ପରିଯୋଜନା ମିଳିପାରେ । ଧର୍ମ ସଂସ୍ଥାକୁ ଦାନ ଦେଇପାରନ୍ତି । ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
ତୁଳା – ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଅଧିକ ସମୟ ଉପବାସ ରହନ୍ତୁ ନାହିଁ । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ ।
ବିଛା – ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ । ବନ୍ଧୁଙ୍କ ସହିତ ବସି ହାଲୁକା ଅନୁଭବ କରିବେ ।
ଧନୁ – ଦିନଟି ଆପଣଙ୍କ ପାଇଁ ଅନୁକୂଳ । ଅଫିସରେ ସିନିୟରଙ୍କ ସହ ଯୋଗରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରୁ ଅଚାନକ ଧନ ଲାଭ ହେବ ।
ମକର – କମ୍ କଥା କହିଲେ ଲୋକଙ୍କ ନହରରେ ଆସିବେ । ଶିକ୍ଷାକ୍ଷେତ୍ରରେ କରିଥିବା ପରିଶ୍ରମର ଫଳ ନିଶ୍ଚୟ ପାଇବେ । ଅଚାନକ ଧନଲାଭ ହେବ ।
କୁମ୍ଭ – ବ୍ୟବସାୟରେ ଉନ୍ନତି ହେବ । ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ । ରଜବୀତିରେ ଉଚ୍ଚପଦ ମିଳିପାରେ । ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆସିବ ।
ମୀନ – ଚେଷ୍ଟା କରନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ ହୋଇଯିବ । ଆପଣଙ୍କର ଲାଭ ଓ ଉନ୍ନତି ହେବ । ଭାଇଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ ।